
ଭୁବନେଶ୍ୱର– ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଉଦଘାଟନ କରିଛନ୍ତି । ଏଥିପାଇଁ ଉଚ୍ଚ ଗୁଣବତାର ହାର୍ଡଓୟାର ଓ ସଫ୍ଟଓୟାର କ୍ରୟ କରାଯାଇ ସ୍ଥାପିତ କରାଯାଇଛି । ରେଳ ସୁରକ୍ଷା ବଳର ଏହି ସେଲରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଉଚ୍ଚ ପ୍ରଶିକ୍ଷିତ ।
ଏହି ସାଇବର ସେଲ ନିଶ୍ଚିତ ରୂପେ ହାଇ ଟେକ ପଦ୍ଧତି ଓ ଆଇ ଟି ସିଷ୍ଟମ ମାଧ୍ୟମରେ ବୃଦ୍ଧି ପାଉଥିବା ଅପରାଧକୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି । ଅନ ଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ, ସେ ଗୁରୁତ୍ୱାରୋପ କରିଥିଲେ । ଅନଧିକୃତ ସଫ୍ଟଓୟାର / ଆପ୍ଲିକେସନ୍ ଦ୍ୱାରା ସଂରକ୍ଷଣ ପ୍ରଣାଳୀକୁ ବାଇପାସ କରି ଅଗ୍ରିମ ସଂରକ୍ଷଣ ବର୍ଥ କରବାରରେ ସମ୍ପୃକ୍ତ ଅନୈତିକ ଲୋକଙ୍କୁ ଠାବ କରିବାରେ ଏହା ଫଳପ୍ରଦ ହେବ । ଯାତ୍ରୀମାନଙ୍କ ଠାରୁ ଅତ୍ୟଧିକ ଉଚ୍ଚ ଦରରେ ଟିକଟ ବିକ୍ରୟ କରିଥାନ୍ତି ।ଏହି ସେଲ ରେଳ ପରିସରରୁ ରେଳବାଇ ସାମଗ୍ରୀ ଚୋରି କରିବା, ରେଳ ଫାଟକ ଇତ୍ୟାଦି ଭାଙ୍ଗି ପଳାଇ ଯାଉଥିବା ଅପରାଧୀ ମାନଙ୍କୁ ଧରିବାରେ ସହାୟକ ହେବ ।
ସେହିପରି ମହିଳା ଓ ଶିଶୁଙ୍କ ମାନଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ରେଲୱେ ଷ୍ଟେସନ, ଟ୍ରେନ ଓ ରେଳ ପରିସରରେ ଘଟିଥିବା ଜଙ୍ଗଲଜାତ ଦ୍ରବ୍ୟର ଚୋରା କରବାର ଇତ୍ୟାଦି ଭଳି ଅପରାଧର ଡାଟା ଅନ୍ୟାନ୍ୟ ଆଇନ ପ୍ରବର୍ତନ ସଂସ୍ଥା ମାନଙ୍କୁ ମଧ୍ୟ ଅର୍ପଣ କରି ଦିଆଯିବ । ଏହି ପଦକ୍ଷେପ ନିଶ୍ଚିତ ରୂପେ ରେଳପଥରେ ଅପରାଧ ଘଟିବା ହ୍ରାସ କରି ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ ରେଳ ଯାତ୍ରାର ବାତାବରଣ ଉପଲବ୍ଧ କରାଇବା ସହିତ ରେଳବାଇ ସମ୍ପତିକୁ ଉନ୍ନତ ନିରାପତା ପ୍ରଦାନ କରିବ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପଲା କମିଶନର ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧାରୋଡ ଶଶୀକାନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।