ରାୟପୁର – ଗତ ୨୪ ଘଂଟାରେ ପ୍ରଦେଶରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ପ୍ରଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୦ରେ ପହଂଚିଛି । ଏବେ ସୁଦ୍ଧା ପ୍ରଦେଶରେ ୮୬୦୦ କରୋନା ସଂକ୍ରମିତ ମିଳିଛି । ଯେଉଁଥିରୁ କି ୫୬୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୧୪ ଜଣ ସକ୍ରିୟ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୁହାଯାଇଥିବା ସଂଖ୍ୟା ଅନୁସାରେ ଗତ ୨୪ ଘଂଟାରେ ୩୧୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାୟପୁରରେ ସର୍ବାଧିକ ୧୩୫, ରାଜନାନ୍ଦଗାଓରେ ୭୯, ବଲୋଦା ବଜାରରେ ୧୮, ବିଳାସପୁରରେ ୧୫, ସୁରଜପୁରରେ ୯, ଜାଂଜଗୀରରେ ୭, ସରଗୁଜା, କୋଣ୍ଡାଗାଓଁ, କୋରବା ଏବଂ ମହାସମୁନ୍ଦରେ ୪-୪ ରୋଗୀ ମିଳିଛନ୍ତି । ଗରିୟାବନ୍ଦ, ରାୟଗଡ଼ ଏବଂ ବସ୍ତରରୁ ୩-୩ ରୋଗୀ ଚିହ୍ନଟ ହୋଇଛନ୍ତି । ଧମତରିରେ ୨, କବୀରଧାମ ଓ ବଳରାମପୁରରୁ ୧-୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଂଟାରେ ଏମ୍ସରେ ବୈକୁଣ୍ଠପୁର ନିବାସୀ ୭୦ ବର୍ଷୀୟ ବ୍ୟକ୍ତି ଏବଂ ଭିଲାଇ ଚରୌଦା ନିବାସୀ ୩୬ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ରେ ମୃତ୍ୟୁ ହୋଇଛି । ସେହି ପରି ରାୟପୁରର ଶହୀଦନଗର ରେ ୬୫ ବର୍ଷ ମହିଳା ଏବଂ ଉରଳା ନିବାସୀ ୩୫ ବର୍ଷୀୟ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ରାୟପୁର ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୀରା ବଘେଲ କହିଛନ୍ତି ଯେ, କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଅଧିକରୁ ଅଧିକ ସାମ୍ପଲ ସଂଗ୍ରହ କରାଯାଉଛି । ଏବେ ସୁଦ୍ଧା ପ୍ରଦେଶରେ ୩ ଲକ୍ଷରୁ ଅଧିକ କରୋନା ପରୀକ୍ଷା କରା ସରିଲାଣି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୁହାଯାଇଛି ଯେ, ପରୀକ୍ଷଣ କ୍ଷମତା ବଢ଼ାଇବା ପାଇଁ ୬ ଟୁ ନାଟ ମେସିନ ଲଗା ଯାଇଛି । ଏଥିରେ ପ୍ରତିଦିନ ୨ ହଜାରରୁ ଅଧିକ ଲୋକଙ୍କୁ ଯାଂଚ କରାଯାଇ ପାରିବ ।