
ଜୟପୁର – ରାଜସ୍ଥାନରେ ଗୁରୁବାର ଦିନ କରୋନା ସଂକ୍ରମଣ କାରଣରୁ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଜମେରରୁ ୩, ବିକାନେର ନାଗୌରରୁ ୨-୨ ତଥା ଜୟପୁର ଓ ସବାଇ ମାଧୋପୁରରୁ ୧-୧ ରୋଗୀ ସାମିଲ ଅଛନ୍ତି । ଏହାକୁ ମିଶାଇ ଏବେ ପ୍ରଦେଶରେ ମୃତକଙ୍କର ସଂଖ୍ୟା ୬୬୩ ରେ ପହଂଚିଛି । ଗୁରୁବାର ସକାଳ ସୁଦ୍ଧା ପ୍ରଦେଶର ୧୬ ଜିଲ୍ଲାରେ ୩୬୫ ନୂଆ କରୋନା ସଂକ୍ରମିତଙ୍କ ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦,୧୪୫ରେ ପହଂଚିଛି ।
ଗୁରୁବାର ଦିନ କୋଟାରେ ୧୦୮, ଅଜମେରରେ ୫୦, ଅଳରରେ ୪୮, ବିକାନେର ଓ ଜୟପୁରରେ ୪୨-୪୨, ଭିଲୱାଡ଼ାରେ ୨୧, ଚିତୌଡ଼ଗଡ଼ରେ ୧୫, ଝାଲାୱାଡ଼ରେ ୯, ଝୁନଝୁନ ରେ ୬, ଟୋଂକ ଓ ବାଂସୱାଡ଼ାରେ ୫-୫, ବରାଂ ଓ ସବାଇ ମାଧୋପୁରରେ ୪-୪, ହନୁମାନଗଡ଼, ଡୁଙ୍ଗରପୁର ଓ ଦୌସାରେ ୨-୨ ନୂଆ ପଜିଟିଭ ସଂକ୍ରମିତ ହୋଇଛନ୍ତି । ପ୍ରଦେଶରେ ଏବେ ସୁଦ୍ଧା ୨୮,୩୮୫ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୨୭ ହଜାର ୧୦୮ ଜଣ ଘରକୁ ଫେରିଛନ୍ତି ।
ଚିକିତ୍ସା ବିଭାଗଙ୍କ କହିବା ଅନୁସାରେ ଏବେ ସୁଦ୍ଧା ଯୋଧପୁରରେ ୬୫୩୮, ଜୟପୁରରେ ୫୧୮୧, ଅଳବରରେ ୩୬୬୨, ପାଲିରେ ୨୫୦୩, ଭରତପୁରରେ ୨୪୭୬, ବିକାନେରରେ ୧୯୧୧, ଅଜମେରରେ ୧୭୯୧, କୋଟାରେ ୧୫୬୪, ନାଗୌରରେ ୧୩୮୧, ବାଡ଼ମେରରେ ୧୩୪୩, ଉଦୟପୁରରେ ୧୨୫୦, ଘୋଲପୁରରେ ୧୧୭୧, ଜାଲୋରରେ ୧୧୧୫, ସୀକର ରେ ୯୭୫, ସିରୋହିରେ ୮୬୦, ଚୁରୁରେ ୬୬୦, ଭିଲୱାଡ଼ାରେ ୬୧୫, ଝୁନଝୁନରେ ୬୦୪, ରାଜସମନ୍ଦରେ ୫୯୪, ଡୁଙ୍ଗରପୁରରେ ୫୮୬, ଜାଲାୱାଡ଼ରେ ୫୦୯, କରୌଲିରେ ୩୨୬, ଦୌସାରେ ୩୦୬, ଟୋଂକରେ ୭୦, ଚିତୌଡ଼ଗଡ଼ରେ ୨୫୯, ଶ୍ରୀଗଂଗାନଗର ଓ ହନୁମାନଗଡ଼ରେ ୨୦୭-୨୦୭, ଅନ୍ୟ ପ୍ରଦେଶରେ ୧୮୫, ବାଂସବାଡ଼ାରେ ୧୮୧, ପ୍ରତାପଗଡ଼ରେ ୧୭୬, ଜୈସଲମେରରେ ୧୭୧, ବାରାଂ ରେ ୧୩୨ ଏବଂ ବୁନ୍ଦିରେ ୧୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ନାଗରିକ ମାନଙ୍କ ମଧ୍ୟରୁ ୭୫୭୧ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ପ୍ରଦେଶରେ ୧୧,୦୯୭ ସକ୍ରିୟ ମାମଲା ରହିଛି ।