ଗୌହାଟୀ– ପୂର୍ବୋତରରେ ସିକିମ ସହିତ ଆଠଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦ୍ରୁତ ଗତିରେ ନୂଆ କରୋନା ରୋଗୀ ମିଳୁଥିବା ଚିନ୍ତାର କାରଣ ହୋଇଛି । ପୂର୍ବୋତରରେ ସବୁଠାରୁ ଅଧିକ ମାମଲା ଆସାମରୁ ଆସିଅଛି, ତ୍ରିପୁରା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମଣିପୁର ତୃତୀୟ ସ୍ଥାନରେ ରହିଛି ।
ପୂର୍ବୋତରରେ ଗତ ୨୪ ଘଂଟା ମଧ୍ୟରେ ୧୮୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭,୯୫୫ ପହଂଚିଛି । ଏଥିମଧ୍ୟରୁ ୩୪,୦୫୬ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ମୋଟ ୧୪୨୯ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ୧୩,୭୫୦ ରୋଗୀଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ୨୭୮ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ କରୋନା ରୋଗୀ ବାହାରକୁ ଚାଲିଯାଇଛନ୍ତି ।
ଆସାମରେ ନୂଆ ରୋଗୀଙ୍କ ସଂଖ୍ୟା ୧୩୪୮ ରେ ପହଂଚିଛି । ରାଜ୍ୟର ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩୬,୨୯୬ ହୋଇଛି । ଏଥିରୁ ୨୭,୮୩୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୨୧୪ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୮୩୬୮ ରୋଗୀଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ରୋଗୀ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି ।
ତ୍ରିପୁରାରେ ୨୧୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୪୫୦୩ ରେ ପହଂଚିଛି । ୨୬୭୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୫୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୧୭୮୬ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏବେ ସୁଦ୍ଧା ୨୧ ଜଣଙ୍କର ମୃତ୍ୟୁ ଘଟିଛି ।
ମଣିପୁରରେ ୧୪୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟର ମୋଟ ରୋଗୀଙ୍କ ସଂଖ୍ୟା ୨୪୫୮ ରେ ପହଂଚିଛି । ସେଥିମଧ୍ୟରୁ ୧୬୫୩ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୩୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୮୦୪ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏବେ ସୁଦ୍ଧା ଜଣେ ରୋଗୀ ମୃତ୍ୟୁବରଣ କରିଛି ।
ନାଗାଲାଣ୍ଡରେ ୫୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୧୫୧୩ ହୋଇଛି । ରାଜ୍ୟରେ ୫୯୫ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୯୧୩ ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।
ଅରୁଣାଚଳ ପ୍ରଦେଶରେ ୮୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୧୪୧୦ ହୋଇଛି । ୬୭୭ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୬୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୭୩୦ ଜଣ ରୋଗୀଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଛି ।
ମେଘାଳୟରେ ୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୪ ରେ ପହଂଚିଛି । ୨୦୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୫୭୨ ଜଣଙ୍କର ଏବେ ସୁଦ୍ଧା ଚିକିତ୍ସା ଚାଲିଛି ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଛି ।
ମିଜୋରମରେ ୧୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୫ ରେ ସୀମିତ ଅଛି । ୨୧୫ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୧୮୦ ଜଣ ରୋଗୀଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ସିକ୍କିମରେ ୧୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୬ରେ ପହଂଚିଛି । ୧୯୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୯୭ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଜଣକର ମୃତ୍ୟୁ ହୋଇଛି ।