ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ୬୫ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୧0 କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦରୁ ୩୫ ଜଣ, ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ ୫ ଜଣ, ଖଇରପୁଟ ବ୍ଲକରୁ ୨ ଜଣ, କାଲିମେଳା ବ୍ଲକରୁ ୩ ଜଣ, ମାଥିଲି ବ୍ଳକରୁ 14 ଜଣ ରହିଥିବା ବେଳେ ପ୍ରଥମ ଥର ପାଇଁ କରୋନା ପାଦ ଥାପିଛି ଚିତ୍ରକୋଣ୍ଡା ବ୍ଲକରେ । ଏଠାରେ ୬ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧ ୧ ଜଣ କରୋନା ଯୋଦ୍ଧା ଅଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ । ପୂର୍ବରୁ ମାଥିଲି ଗ୍ରାମରୁ ୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ପଜିଟିଭକୁ ମିଶାଇ ମାଥିଲି ବ୍ଲକରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା 49 କୁ ବୃଦ୍ଧି ପାଇଛି । ଅଦ୍ୟାବଧି ୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭୮ଟି ସକ୍ରିୟ ମାମଲା ରହିଛି । ଅର୍ଥାତ୍ ୧୭୮ ଜଣ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
Related Stories
November 27, 2024
November 27, 2024