କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୨୯/୭/୨0୨0, ଯକୃତ ବା ଲିଭର ହେଉଛି ମଣିଷ ଶାରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆମେ ତାହାର ଯତ୍ନ
ନେବା ଆବଶ୍ୟକ । ନ ହେଲେ ସେହି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେପାଟାଇଟିସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ ପରିଣତ ହେବ | ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ ଦିବସ ପାଳନ କରାଯାଏ । ଏହାର ସଂଗଠକ ଭାବରେ ୧୧ଟି ମେଡିକାଲ କଲେଜ ସହିତ ଓଡ଼ିଶାର ଡାକ୍ତର ଅଶୋକ ଚୌଧୁରୀ (ସମ୍ପ୍ରତି ନୂଆଦିଲ୍ଲୀର ଇଲବସ ହସ୍ପିଟାଲ ର ବିଶେଷଜ୍ଞ ) ଡ଼ା ମନୋରଞ୍ଜନ ବେହେରା (ଯୁଗ୍ମ ସଂଯୋଜକ) ଭାବରେ ଅବସ୍ଥାପିତ ଅଛନ୍ତି। ବିଶ୍ୱରେ ବାସ କରୁଥିବା ଯକୃତ ଆକ୍ରାନ୍ତ ରୋଗୀମାନଙ୍କ ମଧ୍ୟରୁ ୪୦ ମିଳିୟନ ଭାରତୀୟ ଏହି ରୋଗ ଦ୍ୱାରା ଆକ୍ରାନ୍ତ । ଏହି ରୋଗ ଦିନକୁ ଦିନ ଆଲାର୍ମ ଘଣ୍ଟା ବାଜିଲା ପରି ବଢିଚାଲିଛି ଓ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଚତୁର୍ଥ ସଧାରଣ ରୋଗ ସୂଚିତ ହେଉଛି । ଏହା ଭୁତାଣୁ ଦ୍ଵାରା ସଂକ୍ରମିତ ହୁଏ ଓ ଯକୃତ ଆକ୍ରମଣ କରି ସ୍ଥାୟୀ ରୋଗ ଭାବରେ ଶରୀରେ ରୁହେ ।
ଅହୁରି ମଧ୍ୟ ଅନେକ କ୍ଷେତ୍ରରେ ମା ଠାରୁ ଶିଶୁକୁ ଏହି ରୋଗ ସଂକ୍ରମିତ ହୁଏ । ଏହା ଯେହେତୁ ଭୁତାଣୁ ଜନିତ ରୋଗ ଅନେକାଂଶରେ ଦେଖାଯାଏ |ଗୋଟିଏ ଗୋଟିଏ ପରିବାରରେ ପ୍ରାୟତଃ ସମସ୍ତେ ସଂକ୍ରମିତ ହୋଇଥାନ୍ତି । ପ୍ରାଥମିକ ଅବସ୍ଥାରୁ ଅମେ ଯଦି ରକ୍ତ ପରୀକ୍ଷା କରିବା ସହିତ ଡ଼ାକ୍ତରୀ ଚିକିତ୍ସା କରିବା, ତାହା ହେଲେ। ସମ୍ପୂର୍ଣ୍ଣ ରୂପେ ଏହି ରୋଗ ଆରୋଗ୍ୟ ହୋଇପରିବ । ଯଦି ଆମେ ଲୋକମାନଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇପାରିବା ଏବଂ ଆମେ ନିଜେ ପରିଷ୍କାର ପରିଚ୍ଛନ୍ନ ପୂର୍ବକ ନିୟମିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା , ତାହେଲେ ଏହା ବହୁ ପରିମାଣରେ ରୋକାଯାଇପାରିବ : । ବଡ ସୁଖର କଥା ୧୯୮୨ ମସିହାରୁ ହେପାଟାଟସ୍ ‘ବି ’ର ପ୍ରତିରୋଧ ନିମନ୍ତେ ଟୀକା ଉପଲବ୍ଧ ହେଲାଣି କିନ୍ତୁ ଏହାର ମୂଳ ପାରଟେନ ପାଇଁ ୨୦୩୦ ମସିହା ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି । ଏହା ପ୍ରଥମଥର ପାଇଁ ଆନ୍ତର୍ଜାତିକ ସହଯୋଗରେ ସବୁ ମେଡ଼ିକାଲ କଲେଜର ବିଖ୍ୟାତ ଗବେଷକ ମାନେ ଏଥିରେ ଯୋଗ ଦେଇଥିଲେ । ଏଥିରେ ୟୁ.ଏସ .ଏ, କାନାଡ଼ା, ସିଙ୍ଗାପୁର , ଅଷ୍ଟ୍ରେଲିଆ, ପାକିସ୍ତାନ, ବାଙ୍ଗଲାଦେଶ, ନେପାଳ, ଇଣ୍ଡୋନେସିଆ, ସାଉଦି ଆରବ ଇତ୍ୟାଦି ଦେଶ ମାନଙ୍କର ୧ ୨ ୦୦
ଅଧିକାରୀଙ୍କ ସମେତ ଭାରତରୁ ଡ଼ାକ୍ତରମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ମେଡ଼ିସିନ ବିଭାଗର ଅବସରପ୍ରାପ୍ତ
ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ, ବୁଲା ଭିମସାର ପ୍ରଫେସର ଡାକ୍ତର ଲିଟନ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ ।
ଲିଭର ପେସେଣ୍ଟ ଫାଉଣ୍ଡେସନ କର୍ମଶଳାରେ ଅତିଥି ଭାବରେ ହୋଟିମିନ୍ ସହରର ଡାକ୍ତର ମଦନ ମୋହନ ସେଠୀ ଯୋଗ ଦେଇଥିଲେ|
Related Stories
November 27, 2024
November 27, 2024