ବ୍ରହ୍ମପୁର : ଜିଲ୍ଲାରେ ବୁଧବାର ୨୪୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୬ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ବୁଧବାର ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଜୁଲାଇ ମାସର ଏହି ୨୮ଦିନ ମଧ୍ୟରେ ୭୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩୭୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୨ରେ ପହଁଚିଛି । ଏଥିମଧ୍ୟରେ ୮୬ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୬ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ବୁଧବାର ୨୪୫ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୬ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୩ଜଣ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୦୬ଜଣ ରହିଛନ୍ତି । ୩୬ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧, ବେଗୁନିଆପଡା୨, ବେଲଗୁଣ୍ଠା ୪, ବିଏମ୍ସି ୬, ଭଞ୍ଜନଗର ୩, ବୁଗୁଡା ୧, ଛତ୍ରପୁର ୩, ଧରାକୋଟ ୧, ଗଞ୍ଜାମ ୩, ହିଞ୍ଜିଳିକାଟୁ ୨, ଜଗନ୍ନାଥପ୍ରସାଦ ୧, ପୋଲସରା ୧, ରଙ୍ଗେଇଲୁଣ୍ଡା ୧, ସାନଖେମୁଣ୍ଡି ୨, ଶେରଗଡ ୧ ଓ ସୋରଡା ବ୍ଲକ୍ରୁ ୩ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ଫେରନ୍ତା ୩ଜଣ ମଧ୍ୟରେ ବେଗୁନିଆପଡାର ବ୍ଲକ୍ରୁ ୧, ବେଲଗୁଣ୍ଠା ୧ ଓ ଗଞ୍ଜାମ ବ୍ଲକ୍ରୁ ଜଣେ ରହିଛନ୍ତି । ସେହିପରି ୨୦୬ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୭, ବେଗୁନିଆପଡା ୮, ବେଲଗୁଣ୍ଠା ୮, ବିଏମ୍ସି ୬୭, ଭଞ୍ଜନଗର ୯, ବୁଗୁଡା ୬, ଛତ୍ରପୁର ୫, ଚିକିଟି ୩, ଧରାକୋଟ ୨,଼ ଦିଗପହଣ୍ଡି ୯, ଗଞ୍ଜାମ ୧୨, ହିଞ୍ଜିଳିକାଟୁ ୨୨, ଜଗନ୍ନାଥପ୍ରସାଦ ୪,ଖଲ୍ଲିକୋଟ ୪, କୁକୁଡାଖଣ୍ଡି ୫, ପାତ୍ରପୁର ୪, ପୋଲସରା ୨, ପୁରୁଷୋତ୍ତମପୁର ୪, ରଙ୍ଗେଇଲୁଣ୍ଡା ୪, ଶେରଗଡ ୪, ସୋରଡା ବ୍ଲକ୍ରୁ ୧୫ ଓ ଅନ୍ୟାନ୍ୟ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୯୭୪୬ରେ ପହଞ୍ôଚଥିବା ବେଳେ ୯୨ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ବୁଧବାର ୩୯୬ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୬୬୯୯ରେ ପହଂଚିଛି । ଜିଲ୍ଲାରେ ଏବେ ୨୯୫୫ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 22, 2024