ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ୍ ଦକ୍ଷିଣପୁର ପଞ୍ଚାୟତର ଜଣେ ୮୫ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କରୋନାକୁ ହରାଇ ଘରକୁ ଫେରିଛନ୍ତି । ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ସେ ବର୍ତ୍ତମାନ ଘରେ ଅଛନ୍ତି । ତେବେ ସ୍ଥାନୀୟ ବିଡିଓ ଏବଂ ମେଡିକାଲ ଅଫିସର ତାଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ । ଅଭିମନ୍ୟୁ ବର୍ତ୍ତମାନ ଭଲ ଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ସୂଚନା ଦେଇଛନ୍ତି ।