ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
ଜଗନ୍ନାଥ ପ୍ରସାଦ ବ୍ଲକ କୁଶାପଲ୍ଲୀ ଗ୍ରାମ ର ଗ୍ରାମବାସୀ ଦୀର୍ଘ ଦିନ ଧରି ସୁଧ ପାନୀୟ ଜଳ ପାଇବାରୁ ରୁ ବଂଚିତ ଥିବା ଓ ବାରମ୍ବାର ସ୍ଥାନୀୟ ପ୍ରଶାସନ ଏ ନେଇ ଦୃଷ୍ଟି ଆକର୍ଷଣ କରାଇ ଥିଲେ ମଧ୍ୟ୍ୟ କୌଣସି ଦୃଷ୍ଟି ଦିୟା ଯାଇ ନଥିବା ଯାହା ଫଳରେ ଆଜି ଗର୍ଭବତୀ ମହିଳା ଠାରୁଆରମ୍ଭ ହୋଇ କୁନି ଛୁଆ କୁ ମିଶାଇ 30ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ଲୋକ ଗ୍ରାମ ରେ ଝାଡା ବାନ୍ତି ରୋଗ ରେ ଆକ୍ରନ୍ତ ହୋଇଛନ୍ତି l ଗ୍ରାମରେ ଥିବା ଏକ କୂଅ ରୁ ପାଣି ବ୍ୟବହାର କରି ଏହି ସମସ୍ୟା ଟି ଉପୁଜିଛି l ଗ୍ରାମ ରେ( ଜିକେଏସ ) ପାଣ୍ଠି ରୁ ବ୍ଲିଚିଙ୍ଗ ପାଉଡର ପକାଇ ବା ନିୟମ ଥିବା ବେଳେ ଏହା ଅଞ୍ଚଳ ରେ କାର୍ଯ୍ୟକାରୀ କରାଯାଇନି l ଖବର ବ୍ୟାପିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦାଶ କିରଣ କୁମାର ଙ୍କ ନିର୍ଦେଶ ରେ ସ୍ଥାନୀୟ ହେଲଥ ମୋବାଇଲ ଟିମ ବିଭାଗ ଗ୍ରାମରେ ପହଂଚି ପରିସ୍ଥିତି କୁ ଅନୁଧ୍ୟାନ କରି ଗ୍ରାମ ରେ ରୋଗୀଙ୍କୁ ଚିକିତ୍ସା କରାଇଥିଲେ ଓ ଦାଣ୍ଡ ମଝିରେ ଥିବା କୂଅ କୁ ବ୍ଲିଚିଙ୍ଗ ପାଉଡର ରେ ବିଶୋଧନ କରାଇ ଫେରିଥିଲେ କିନ୍ତୁ ପୁଣି ପରିସ୍ଥିତି ସୁଧାର ନ ଆସିବାରୁ ବ୍ଲକ ପ୍ରଶାସନ ଓ ମେଡିକାଲ ସହ ଯୋଗ ରେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା ଚାଲିଛି l ସେମାନଙ୍କ ମଧ୍ୟ ରୁ କୁଶାପଲ୍ଲୀ ଗ୍ରାମ ର ଝିଅ ସ୍ୱାଗତ ସେନାପତି (8), ପ୍ରଶାନ୍ତି ସାହୁ, ପହଲି ସାହୁ, ବୁଲୁ ସିନ୍ଦୁରା, ରୀନା ପ୍ରଧାନ, ଲିଲି ପ୍ରଧାନ, ମମୀତl ଶତପଥି , ବବିନା ପ୍ରଧାନ, ଦାମିନୀ ସେନାପତି l ସ୍ଥାନୀୟ ବି ଡି ଓ ସୁରେଶ ଚନ୍ଦ୍ର ପଣ୍ଡା ଆସି ରୋଗୀଙ୍କ ସହ ଆଲୋଚନା କରିଥିଲେ ଓ ଡାକ୍ତରୀ ଦଳ ଓ ସ୍ଥାନୀୟ ହେଲଥ ୱାର୍କର ଙ୍କୁ ଏଥିପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି l