-
ପୁଅଙ୍କ ତୁଳନାରେ ଝିଅଙ୍କୁ ମିଳିଲା ଅଧିକ ସଫଳତା
ଭୁବନେଶ୍ୱର– ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଭିଡିଓ କନଫ୍ରେନ୍ସିଂ ଜରିଆରେ ଫଳାଫଳ ଘୋଷଣା କରିଛନ୍ତି । ୨୦୧୯-୨୦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୋଟ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି ।
ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଏଥର ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ସଫଳତା ଅର୍ଜନ କରିଛନ୍ତି । ଏଥିରୁ ଝିଅମାନଙ୍କର ପାସ ହାର ୮୧.୯୮ ପ୍ରତିଶତ ହୋଇଥିବା ବେଳେ ପୁଅ ମାନଙ୍କର ପାସ ହାର ୭୭.୮ ପ୍ରତିଶତ ।
ଚଳିତ ବର୍ଷ ମୋଟ ୪ ଲକ୍ଷ ୨୧ ହଜାର ୨୫୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏଥିରେ ଏ୧ ଗ୍ରେଡରେ ୧୨୭୯ ଜଣ, ଏ୨ ଗ୍ରେଡରେ ୮୪୫୮ ଜଣ, ବି୧ ଗ୍ରେଡରେ ୧୮ହଜାର ୧୮୮ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ସେହିଭଳି ବି୨ ଗ୍ରେଡରେ ୩୧ ହଜାର ୩୨୮ ଜଣ, ସି ଗ୍ରେଡରେ ୪୯ହଜାର ୧୫୩ ଜଣ, ଡି ଗ୍ରେଡରେ ୮୯ ହଜାର ୫୫୬ ଜଣ ଓ ଇ ଗ୍ରେଡରେ ୨ ଲକ୍ଷ ୨୩ ହଜାର ୧୯୫ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।
୬୭୮ଟି ସ୍କୁଲର ରେଜଲ୍ଟ ଶତ ପ୍ରତିଶତ ହୋଇଥିବା ବେଳେ ୩୧ଟି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ପାସ କରି ନାହାନ୍ତି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆ ଯାଇଛି ।