ଭୁବନେଶ୍ୱର – ରାଜ୍ୟରେ ଆଉ ୧୦୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୯୧୭୫ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଆଜି ଚିହ୍ନଟ ହୋଇଥିବା ୧୦୬୮ ଜଣଙ୍କ ମଧ୍ୟରୁ ୬୬୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୦୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ୨୪୫ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୨୦ , ବାଲେଶ୍ୱର ଜିଲ୍ଲାରେ ୨୯ ଜଣ, ବରଗଡ ଜିଲ୍ଲାରେ ୫, ଭଦ୍ରକ ଜିଲ୍ଲାରେ ୪ , ବଲାଙ୍ଗୀର ଜିଲ୍ଲାରେ ୨୬, କଟକ ଜିଲ୍ଲାରେ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୨. ଢେଙ୍କାନାଳ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୮୮, ଜଗତସିଂହପୁର ଜିଲ୍ଲାରେ ୩, ଯାଜପୁର ଜିଲ୍ଲାରେ ୧୨, ଝାରସୁଗୁଡା ଜିଲ୍ଲାରେ ୧୨, କଳାହାଣ୍ଡି ଜିଲ୍ଲାରେ ୧୯. କନ୍ଧମାଳ ଜିଲ୍ଲାରେ ୧୧, କେନ୍ଦ୍ରାପଡା ଜିଲ୍ଲାରେ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଧା ଜିଲ୍ଲାରେ ୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୬୬ ଜଣ, ମାଲକାନଗିରି ଜିଲ୍ଲାରେ ୧, ମୟୁରଭଂଜ ଜିଲ୍ଲାରେ ୨୦, ନବରଙ୍ଗପୁୁରରେ ନୟାଗଡ ଜିଲ୍ଲାରେ ୨୯, ନୂଆପଡା ଜିଲ୍ଲାରେ ୧୧, ପୁରୀ ଜିଲ୍ଲାରେ ୧୬, ରାୟଗଡା ଜିଲ୍ଲାରେ ୨୪, ସମ୍ବଲପୁର ଜିଲ୍ଲାରେ ୨୧, ସୋନପୁର ଜିଲ୍ଲାରେ ୨ ତଥା ସୁନ୍ଦରଗଡ ଜିଲ୍ଲାରେ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।