ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୨୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୭୪୬ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୯୫୦୧ । ଗତକାଲି ମଧ୍ୟ ଗଞ୍ଜାମ ଜିଲ୍ଲାରେ ରେକର୍ଡ଼ ସଂଖ୍ୟକ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ସେହିପରି ଆଜି ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ଜଣକ ମହିଳା । ତାଙ୍କର ବୟସ ୬୦ ବର୍ଷ । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬ ରେ ପହଂଚିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଏଡାଇବା ଲକ୍ଷ୍ୟ ନେଇ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଲକ୍ ଡାଉନ୍ ଜାରୀ ରହିଛି । ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ଏହି କଟକଣା ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ।