ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ବାଲେଶ୍ୱର, ପୁରୀ, ଗଂଜାମ,ଫୁଲବାଣୀ ଓ ମାଲକାନଗିରି ଜିଲ୍ଲାର ଜଣେ ଜଣେ ଅଛନ୍ତି । ମୃତକ ମାନଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି ।
ବିଭାଗ ପକ୍ଷରୁୂ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ୩୬ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲୋ ସେହିପରି ପୁରୀ ଜିଲ୍ଲାର ୫୫ ବର୍ଷୀୟା ମହିଳା କରୋନା ସଂକ୍ରମିତ ମୃତ୍ୟୁବରଣ କରିଥିବା ସୂଚନା ଦିଆଯାଇଛି ।
ଗଂଜାମ ଜିଲ୍ଲାର ଜଣେ ୬୦ ବର୍ଷୀୟା ମହିଳା କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲୋ
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଫୁଲବାଣୀ ଜିଲ୍ଲାର ଜଣେ ୫୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ଆଲକହଲିକ ଲିଭର ଡିଜିଜ, ଜଣ୍ଡିସ ଆଦିର ପୀଡିତ ଥିଲେ । ମାଲକାନଗିରି ଜିଲ୍ଲାର ୬୨ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ହାଇପରଟେନସନରେ ପୀଡିତ ଥିଲେ ।