-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୪୫ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୭୪୬ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୯୦, ବାଲେଶ୍ୱର ଜିଲ୍ଲାରେ ୯୧୪, ବରଗଡ ଜିଲ୍ଲାରେ ୩୯୦, ଭଦ୍ରକ ଜିଲ୍ଲାରେ ୫୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୪୦୦. ବୌ ଦ୍ଧ ଜିଲ୍ଲାରେ ୧୩୪, କଟକ ଜିଲ୍ଲାରେ ୧୯୪୬, ଦେବଗଡ ଜିଲ୍ଲାରେ ୮୪, ଢେଙ୍କାନାଳ ଜିଲ୍ଲାରେ ୨୦୧. ଗଜପତି ଜିଲ୍ଲାରେ ୧୨୩୩, ଜଗତସିଂହପୁର ଜିଲ୍ଲାରେ ୬୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୧୭୯, ଝାରସୁଗୁଡା ଜିଲ୍ଲାରେ ୩୦୩, କଳାହାଣ୍ଡି ଜିଲ୍ଲାରେ ୧୫୯, କନ୍ଧମାଳ ୪୬୩, କେନ୍ଦ୍ରାପଡା ଜିଲ୍ଲାରେ ୪୪୯, କେନ୍ଦୁଝର ଜିଲ୍ଲାରେ ୭୩୦, ଖୋର୍ଧା ଜିଲ୍ଲାରେ ୩୭୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୬୨୪, ମାଲକାନଗିରି ଜିଲ୍ଲାରେ ୪୪୫, ମୟୁରଭଂଜ ଜିଲ୍ଲାରେ ୬୨୩. ନବରଙ୍ଗପୁର ଜିଲ୍ଲାରେ ୨୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୩୨, ନୂଆପଡା ଜିଲ୍ଲାରେ ୧୨୯, ପୁରୀ ଜିଲ୍ଲାରେ ୭୦୮, ରାୟଗଡା ଜିଲ୍ଲାରେ ୬୪୮. ସମ୍ବଲପୁର ଜିଲ୍ଲାରେ ୩୦୨. ସୁବର୍ଣପୁର ଜିଲ୍ଲାରେ ୮୨ ଓ ସୁନ୍ଦରଗଡ ଜିଲ୍ଲାରେ ୧୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।