ମାଲକାନଗିରି– କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସିକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ସଂକ୍ରମଣ ରୋକିବା ଲକ୍ଷ୍ୟ ନେଇ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି ।
ଏହି ସଟ୍ ଡାଉନ୍ କଟକଣା ୩୦ ତାରିଖ ଅର୍ଥାତ୍ ଆସନ୍ତା କାଲି ରାତି ୯ଟା ଠାରୁ ଅଗଷ୍ଟ ୨ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ବଳବତର ରହିବ । ଏହି ଅବଧି ମଧ୍ୟରେ ସମସ୍ତ ଔଷଧ ଦୋକାନ ଓ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । କିନ୍ତୁ, ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ହୋମ୍ ଡେଲିଭରୀ ଯୋଗେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ।