କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ୨୮/0୭/୨0୨0, ବିଶ୍ୱ ହିନ୍ଦୁ ପରିଷଦ, ପୁରୀ(ଓଡିଶା ) ତରଫରୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଓ ସାଧୁ ସନ୍ଥ ଙ୍କ ଆହ୍ୱାନ କ୍ରମେ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରୁ ପବିତ୍ର ପଞ୍ଚ ତୀର୍ଥ (ମାର୍କଣ୍ଡ, ରୋହିଣୀ କୁଣ୍ଡ, ଶ୍ୱେତ ଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ଓ ମହୋଦଧି )ର ଜଳ, ଶ୍ରୀ ମହାପ୍ରସାଦ ଶ୍ରୀମନ୍ଦିରର ଓଲାଣି ପତାକା, କୈବଲ୍ୟ (କୋଇଲି )ବୈକୁଣ୍ଠ ର ମୂର୍ତ୍ତିକା ସମେତ କଳ୍ପବଟ ମୂଳ ମୂର୍ତ୍ତିକା, ସାକ୍ଷୀଗୋପାଳ ମନ୍ଦିର, ବିରଗୋବିନ୍ଦପୁର ଦକ୍ଷିଣକାଳୀ ଓ ସିରୁଳି ମହାବୀର ମନ୍ଦିରର ପବିତ୍ର ମୂର୍ତ୍ତିକା ସଂଗ୍ରହ କରାଯାଇଅଛି |
ତାହାକୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ରାଜ୍ୟ ସହ ସଂପାଦକ ଶ୍ରୀ ସତ୍ୟନାରାୟଣ ଦାଶ, ଅଖିଳ ଭାରତୀୟ ତୀର୍ଥ ପୁରୋହିତ ସଂଘର ଉପସଭାପତି ଶ୍ରୀ ଦୋଳଗୋବିନ୍ଦ ପଣ୍ଡା, ପରିଷଦ ର ଓଡିଶା ପ୍ରାନ୍ତ ଅର୍ଚ୍ଚକ ପୁରୋହିତ ପ୍ରମୁଖ ଶ୍ରୀ ଉମା ଶଙ୍କର ଆଚାର୍ଯ୍ୟ, ମାତୃଶକ୍ତି ସହ ପ୍ରମୁଖ ସୁଶ୍ରୀ ପଦ୍ମିନୀ ଦାଶ, ଜିଲ୍ଲା ସଂପାଦକ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲା ସହ ସଂପାଦକ ଭିକ୍ଟର ଦାସ, ଜିଲ୍ଲା ସତସଙ୍ଗ ପ୍ରମୁଖ ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଗୌରାଙ୍ଗ ଚରଣ ପଣ୍ଡା, ଜିଲ୍ଲା ବଜରଙ୍ଗ ସଂଯୋଜକ ଦେବାର୍ପିତ ମହାନ୍ତି, ଜିଲ୍ଲା ବଜରଙ୍ଗ ପ୍ରମୁଖ ଅଭିଷେକ ମେକପ ଙ୍କ ସମେତ ଅନ୍ୟ ଚାରି ଜଣ ବଜରଙ୍ଗୀ ଭାଇ ଓ ନଗର ସଭାପତି ଶ୍ରୀଯୁକ୍ତ ନାରାୟଣ ଦାଶ ଙ୍କ ଉପସ୍ଥିତରେ ଶ୍ରୀରାମ ଜନ୍ମଭୂମି ଶିଳାନ୍ୟାସ ପୂଜନ ମହୋତ୍ସବରେ ବ୍ୟବହାର ପାଇଁ ପଠାଗଲା | ବିଶ୍ୱ ହିନ୍ଦୁ ପରିଷଦର ଓଡିଶା ରାଜ୍ୟ ସହ ସଂପାଦକ ଶ୍ରୀ ସତ୍ୟନାରାୟଣ ଦାଶ ଏହି ସୂଚନା ଗଣମାଧ୍ୟମ କୁ ପ୍ରଦାନ କରିଛନ୍ତି |