ବ୍ରହ୍ମପୁର : ହିଞ୍ଜିଳିକାଟୁ ବ୍ଲକ୍ର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ ସହ ତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ବ୍ଲକ୍ର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ସାମ୍ବାଦିକ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଊକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ,ଗତ ୧୧ ଜୁଲାଇ ୨୦୨୦ରେ ହିଞ୍ଜିଳିର ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରସ୍ଥିତ କିମସ କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ସ୍ୱର୍ଗତ ପଟ୍ଟନାୟକ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ରାଜ୍ୟର ପ୍ରଥମ ସାମ୍ବାଦିକ । କରୋନା ମହାମାରୀ ସମୟରେ ସ୍ୱର୍ଗତ ପଟ୍ଟନାୟକ ଜନସଚେତନ ମୂଳକ ଖବର ସହ ସରକାରଙ୍କ ବିଭିନ୍ନ ଖବର ନିୟମିତ ପ୍ରକାଶ କରୁଥିଲେ । ମହାମାରୀ ପରିସ୍ଥିତିରେ ସମାଜସେବା କରି ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ଘଟିଲା । ତେଣୁ ମୃତ ସାମ୍ବାଦିକଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ ସହ ପୂର୍ବରୁ ଘୋଷିତ ସହାୟତା ରାଶି ତାଙ୍କ ପରିବାରକୁ ପ୍ରଦାନ ପାଇଁ ଉଲ୍ଲେକ ରହିଛି । ଦାବିପତ୍ର ପ୍ରଦାନ ସମୟରେ ନିଳାଞ୍ଚଳ ସାହୁ, ପବିତ୍ର ପାତ୍ର, ପ୍ରିୟବ୍ରତ ପଣ୍ଡା, ବସନ୍ତ କୁମାର ପଟ୍ଟନାୟକ, ଦ୍ୱିତୀକୃଷ୍ଣ ସାବତ, ବିଦ୍ୟାଧର ପାଣିଗ୍ରାହୀ, ବିଭୁପ୍ରସାଦ ପଣ୍ଡା ସମେତ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।
Related Stories
November 23, 2024