ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତି ଅଣାୟତ ଆଡକୁ ଗଲାଣି । କରୋନା ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଜିଲ୍ଲାର ଆଇଏଏସ୍, ଓଏଏସ୍ ତଥା ବରିଷ୍ଠ ଅଧିକାରୀମାନେ ରାତି ଦିନ କାର୍ଯ୍ୟ କରୁଛନ୍ତି । ସେମାନେ କରୋନା ମୁକାବିଲା କାର୍ଯ୍ୟ କରୁଥିବା ବେଳେ ଓଏଏସ୍ ତଥା ବରିଷ୍ଠ ଅଧିକାରୀମାନେ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏଥିପାଇଁ ବରିଷ୍ଠ ଅଧିକାରୀମାନେ ସର୍ବଦା ମାନସିକ ଚାପରେ ରହୁଛନ୍ତି । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ଡକ୍ଟର ଏସ୍ପି କେ.ଜେନା ଭିଡିଓ କନ୍ଫରେନ୍ସିଂ ଜରିଆରେ ଏମାନଙ୍କର କାଉନସିଲିଂ କରିଛନ୍ତି । କୋଭିଡ୍-୧୯ ସମୟରେ ମାନସିକ ଚାପରୁ କିଭଳି ରକ୍ଷା ପାଇବେ ଏବଂ କୋଭିଡ୍ ପରିଚାଳନା ଠିକ୍ ଭାବେ ତ୍ୱରାନ୍ୱିତ ହେବ ସେ ଉପରେ ପ୍ରଫେସର ଜେନା ବୁଝାଇଛନ୍ତି । ଏଥିସହ ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ଓ ପରିଚାଳନା ଉପରେ ଆଲୋଚନା ମଧ୍ୟ ହୋଇଛି । ଏହି ଅଧିବେଶନ ସଫଳ ହୋଇଥିବା ଜିଲ୍ଲା କୋଭିଡ୍ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
Related Stories
November 23, 2024