-
ତହସିଲଦାରଙ୍କୁ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କରୋନା ମହାମାରୀର ସାମ୍ପ୍ରତିକ ପରିସ୍ଥିତିରେ ବିବାଦ ଘେରକୁ ଆସିଥିବା ବେଳେ ପ୍ରତିଦିନ ଅଭାବନୀୟ ଦୃଶ୍ୟ ଲୋକଙ୍କ ଚିନ୍ତା ବଢ଼ାଉଚି । ବିଶେଷକରି ଗ୍ରାମାଞ୍ଚଳ ଗୁଡିକରେ ଡାକ୍ତରଖାନା ବନ୍ଦ ରହିଥିବା କାରଣରୁ ସ୍ୱଭାବିକ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି । ଯାହାକୁ କରୋନା ମହାମାରୀର ଆଖ୍ୟା ଦେଇ ଛୁଆ ଅଛୁଆଁ ଭେଦଭାବ ମଧ୍ୟ ବଢ଼ିବାରେ ଲାଗିଛି । କିନ୍ତୁ କୁକୁଡାଖଣ୍ଡି ବ୍ଲକ୍ରେ କରୋନା ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ମୋଟ ୪୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୭୧ଜଣ ସକ୍ରୀୟ ଆକ୍ରାନ୍ତ ସଙ୍ଗରୋଧରେ ଅଛନ୍ତି । ସେଥିମଧ୍ୟରୁ ୨୫ଜଣ ବ୍ୟକ୍ତି ଘରୋଇ ଇଶୋଲେସନରେ ରହିଥିବା ବେଳେ ୪୬ଜଣ ବିଭିନ୍ନ କେନ୍ଦ୍ରରେ ରହିଛନ୍ତି । ବର୍ତ୍ତମାନ ମୋଟ ୨୨ଟି ପଞ୍ଚାୟତ ମଧ୍ୟରୁ ୧୧ଟି ପଞ୍ଚାୟତ କରୋନା ମୁକ୍ତ ହୋଇଥିବା ବେଳେ ଅନ୍ୟ ୧୧ଟିରୁ କେବଳ ୩ଟି ପଞ୍ଚାୟତ ଅର୍ଥାତ୍ ବାଲିପଡା, କୁକୁଡାଖଣ୍ଡି ଓ ବଉଳଝୋଳିରେ ୪୧ଜଣ ଅର୍ଥାତ୍ ଅଧାରୁ ଅଧିକ ଚିହ୍ନଟ ହୋଇଛନ୍ତି । ଯାହାକି ଏହି ୩ଟି ପଞ୍ଚାୟତ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।