
ମାଲକାନଗିରି-ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି !ଆଜି ଜିଲ୍ଲାରେ ପୁଣି 14ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି !ଫଳରେ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା 444କୁ ବୃଦ୍ଧି ପାଇଛି !ଆଜିର ଚିହ୍ନଟ ଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳ ର ୭ ଜଣ ,ବାଲିମେଳା ବିଜ୍ଞାପିତ ଅଞ୍ଚଳର 4ଜଣ ,ମାଲକାନଗିରି ବ୍ଲକ ,କାଲିମେଳା ଓ ଖଇରପୁଟ ବ୍ଲକ ରୁ ଜଣେ ଲେଖାଏଁ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି !ମାଲକାନଗିରି ପୌର ପରିଷଦରୁ ଚିହ୍ନଟ ଙ୍କ ମଧ୍ୟରେ ୩ ଜଣ କରୋନା ଯୋଦ୍ଧା ଓ ମାଲକାନଗିରି ବ୍ଲକ ରୁ ଚିହ୍ନଟ ଜଣ ଙ୍କ ଆଶା କର୍ମୀ ଅଟନ୍ତି !ବର୍ତମାନ ସୁଦ୍ଧା ଜିଲ୍ଲାରେ 444ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ୮ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧ ୬ 0ଜଣ ଚିକିତ୍ସାଧୀନ ଅଛନ୍ତି !ଜଣ ଙ୍କ କରୋନା ରେ ଦେହାନ୍ତ ହୋଇଛି !