ଜୟପୁର– ରାଜସ୍ଥାନରେ କରୋନା ସଂକ୍ରମଣ ଯୋଗୁଁ ସୋମବାରଦିନ ୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାଲିରେ ୩, ଯୋଧପୁରରେ ୨, ଜୟପୁର ଓ ଅନ୍ୟ ପ୍ରଦେଶରେ ୧-୧ ରୋଗୀ ସାମିଲ ଅଛନ୍ତି । ଏହାକୁ ମିଶାଇ ପ୍ରଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୪୦ରେ ପହଂଚିଛି । ମଙ୍ଗଳବାର ସକାଳ ସୁଦ୍ଧା ୧୪ ଜିଲ୍ଲାରୁ ୪୦୬ ନୂଆ ସଂକ୍ରମିତଙ୍କ ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୯୭୦ ହୋଇଛି ।
ମଙ୍ଗଳବାର ଦିନ ଅଳବରରେ ସର୍ବାଧିକ ୧୭୯, ଜୟପୁରରେ ୪୪, ଅଜମେରରେ ୪୨, ନାଗୌରରେ ୩୬, ଭିଲୱାଡ଼ାରେ ୨୬, ବାଡ଼ମେରରେ ୧୬, କୋଟାରେ ୧୫, ଶ୍ରୀଗଂଗାନଗରରେ ୧୪, ଝୁନଝୁନରେ ୧୩, ବାଂସୱାଡ଼ାରେ ୧୧, ବାରାଂରେ ୪, ଦୌସା ଓ ଅନ୍ୟ ପ୍ରଦେଶରେ ୨-୨, ଝାଲାୱାଡ଼ ଓ ସବାଇ ମାଧୋପୁରରେ ୧-୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରଦେଶରେ ଏବେ ସୁଦ୍ଧା ୨୬,୮୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫ ହଜାର ୭୦୬ ଜଣ ଘରକୁ ଫେରିଛନ୍ତି ।
ଚିକିତ୍ସା ବିଭାଗ କହିବା ଅନୁସାରେ ଏବେ ସୁଦ୍ଧା ଯୋଧପୁରରେ ୬୨୫୦, ଜୟପୁରରେ ୪୯୯୮, ଅଳବରରେ ୩୩୪୦, ଭରତପୁରରେ ୨୩୯୨, ପାଲିରେ ୨୪୧୨, ବିକାନେରରେ ୧୭୮୯, ଅଜମେରରେ ୧୬୩୮, କୋଟାରେ ୧୪୧୧, ନାଗୌରରେ ୧୩୫୩, ବାଡ଼ମେରରେ ୧୨୫୦, ଘୋଲପୁରରେ ୧୧୪୯, ଉଦୟପୁରରେ ୧୧୪୨, ଜାଲୋରରେ ୧୦୬୭, ସୀକରରେ ୮୯୮, ସିରୋହୀରେ ୮୩୩, ଚୁରୂରେ ୬୦୮, ଝୁନଝୁନରେ ୫୯୧, ରାଜସମନ୍ଦରେ ୫୬୬, ଡୁଙ୍ଗରପୁରରେ ୫୬୫, ଭିଲୱାଡ଼ାରେ ୫୩୭, ଝାଲାୱାଡ଼ ରେ ୪୯୨, କରୌଲିରେ ୩୦୫, ଦୌସାରେ ୨୯୩, ଟୋଂକରେ ୨୬୨, ଚିତୌଡ଼ଗଡ଼ରେ ୨୪୦, ହନୁମାନଗଡ଼ରେ ୧୯୯, ଅନ୍ୟ ପ୍ରଦେଶରେ ୧୮୫, ଶ୍ରୀଗଙ୍ଗାନଗରରେ ୧୭୪, ପ୍ରତାପଗଡ଼ରେ ୧୬୮, ଜୈସଲମେର ରେ ୧୬୪, ବାଂସୱାଡ଼ାରେ ୧୫୯, ବାରାଂରେ ୧୨୩ ଏବଂ ବୁନ୍ଦିରେ ୧୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ନାଗରିକଙ୍କ ମଧ୍ୟରୁ ୭୩୭୨ ସଂକ୍ରମିତ ହୋଇଛନ୍ତି । ଏବେ ପ୍ରଦେଶରେ କରୋନାର ସକ୍ରିୟ ମାମଲା ୧୦,୪୫୨ ରହିଛି ।