ରାୟପୁର – ପ୍ରଦେଶରେ ଗତ ୨୪ ଘଂଟାରେ ୩୬୭ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟଣିଛି । ଏହା ସହିତ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୭୯୮୦ରେ ପହଂଚିଛି । ୪୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୭୬୩ ଜଣ ସକ୍ରିୟ ରୋଗୀ ଅଛନ୍ତି । ଏବେ ସୁଦ୍ଧା ୫୧୭୨ ରୋଗୀ ଠିକ୍ ହୋଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଂଟାରେ ରାୟପୁର ଜିଲ୍ଲାରୁ ୧୭୯, ବିଳାସପୁରରେ ୭୨, ଦୁର୍ଗରେ ୪୯, ରାଜନାନ୍ଦଗାଓଁରେ ୧୮, ବଲୋଦା ବଜାରରେ ୧୪, ରାୟଗଡ଼ରେ ୬, ମହାସମୁନ୍ଦରେ ୫, ବେମେତରା ଏବଂ ଗରିୟାବନ୍ଦରେ ୪-୪, ଜାଂଜଗିର-ଚଂପା, କୋରିୟା, ବସ୍ତର, କାଂକେର ଏବଂ ବାଲୋଦ ରେ ୨-୨ ତଥା କବୀରଧାମ ଏବଂ ସରଗୁଜାରେ ୧-୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାୟପୁର ଶଦାଣୀ ଦରବାରର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏବଂ ବିଳାସପୁରର ମସ୍ତୁରୀ ନିବାସୀ ୨୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ଦୁଇଜଣ କରୋନା ପଜିଟିଭ ଥିଲେ । ବିଳାସପୁର କେନ୍ଦ୍ରୀୟ ଜେଲରେ ସଂକ୍ରମଣ ହୋଇଛି । ସେଠାରେ ୨୬ ଜଣ ସଂକ୍ରମିତ ମିଳିଛନ୍ତି । ଆରଂଗା ଥାନାରେ ୫ କର୍ମୀ ସଂକ୍ରମିତ ଚିହ୍ନଟ ହେବା ପରେ ଥାନାକୁ ସିଲ୍ କରିଦିଆଯାଇଛି ।