କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ୨୭ /0୭/୨0୨0,ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତି ରେ ବୃଦ୍ଧି ପାଇଛି। ପରୀକ୍ଷା ପରିମାଣ ଯେତେ ବଢୁଛି ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ଙ୍କ କୋଭିଡ ପରିଚାଳନା ର ବିଫଳତା ର ନଗ୍ନ ରୂପ ପଦାରେ ପଡ଼ିଛି। କୋଭିଡ ସେଣ୍ଟର ଓ ହସ୍ପିଟାଲ ରେ ଅସୁବିଧା, ଅବ୍ୟବସ୍ଥା ଓ ବହଁ ଚିକିତ୍ସା ବନ୍ଦ ଯୋଗୁଁ
ଅଣ କରୋନା ରୋଗୀ ନାହିଁ ନଥୁବା ଅସୁବିଧା ଭୋଗୁଛନ୍ତି। ଏହାର ମୁକାବିଲା ରେ ରାଜ୍ୟ ସରକାର ବିରୋଧୀ ଦଳ ଓ ବିଶେଷଜ୍ଞ ଙ୍କ ପରାମର୍ଶ ନ ନେବା ଓ ଖର୍ଚ୍ଚ ର ହିସାବ ନ ଦେବା ଆହୁରି ସନ୍ଦେହ ସୃଷ୍ଟି କରିଛି। ସଠିକ ମୁକାବିଲା ଓ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦାବୀ ନେଇ ସି. ପି. ଆଇ. ଏମ. ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ରେ ସମ୍ପାଦକ ଶରତ କୁମାର ରାୟଗୁରୁ ଓ ଜଗନ୍ନାଥ ଦେଓ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ କୁ ରୋଗୀ ସେବା ପାଇଁ ସୁନିଶ୍ଚିତ ବ୍ୟବସ୍ଥା କରିବା, କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲ ରେ ପର୍ଯ୍ୟାପ୍ତ CU,ଅମ୍ଳଜାନ, ଭେଣ୍ଟିଲେଟର ଡାକ୍ତର ଓ ନର୍ସ ଙ୍କୁ ରଖି ଉପଯୁକ୍ତ ଚିକିତ୍ସା କରିବା, କୋଭିଡ ଯୋଦ୍ଧା ମାନଙ୍କୁ ଆବଶ୍ୟକୀୟ ସରଞ୍ଜାମ ସହ ଅଧିକ ଦରମା, କରୋନା ଜନିତ ମୃତକ ପରିବାର କୁ ବଂଚିବା ପାଇଁ ପ୍ୟାକେଜ ଦେବା, ପଜିଟିଭ ଙ୍କ ଚିକିତ୍ସା ପ୍ରକ୍ରିୟା ରେ ପରିବାର ଙ୍କୁ ଅବଗତ କରିବା ସମେତ ସମସ୍ତ ଖର୍ଚ୍ଚ ର ହିସାବ ରାଜ୍ୟ ସରକାର ଦେବାକୁ ଦାବୀ କରି. ମୁଖ୍ୟମନ୍ତ୍ରୀ ଙ୍କ ଉର୍ଦ୍ଦେଶ ରେ ଜିଲ୍ଲା ପାଳ କୁ ଦାବୀ ପତ୍ର ପ୍ରଦାନ କରିଲେ|ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା,ପୂର୍ଣ୍ଣଚନ୍ଦ୍ର ମୁଦୁଲି, ଟୁନା ନାୟକ, ଜ୍ୟୋତି ପ୍ରକାଶ ନାୟକ, ବିଭୁତି ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ| ଏହି ବିକ୍ଷୋଭ କୁ ପରିଚାଳନା କରିଥିଲେ ସି. ପି. ଆଇ (ଏମ)ର ସମ୍ପାଦକ ଶରତ କୁମାର ରାୟଗୁରୁ ଓ ଜଗନ୍ନାଥ ଦେଓ|