
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ମେଡିକାଲ ଓ ଆରଟିଓ ଅଫିସକୁ ଦଲାଲ୍ ମୁକ୍ତ କରିବା ନେଇ ପୋଲିସ ବିଭାଗର ଅଭିଯାନର ଆଜି ଚତୁର୍ଥ ଦିନରେ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଆରଟିଓ ଅଫିସ୍ ରେ ଚଢ଼ଉ କରାଯାଇ ମୋଟ୍ ୧୬ ଜଣ ଦଲାଲ୍ ଙ୍କୁ ଗିରଫ କରାଯାଇଛି । ତନ୍ମଧ୍ୟରେ ଯାଜପୁର ଆରଟିଓରୁ ୨ ଜଣ, ନୂଆପଡାରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ ଗିରଫ ହୋଇଥିବା ବେଳେ କଟକ ଏସସିବି ମେଡିକାଲ କଲେଜରୁ ୫ ଜଣ, ନୟାଗଡ଼ ହସ୍ପିଟାଲରୁ ଜଣେ, କେନ୍ଦୁଝରରୁ ୨ ଜଣ, ବୌଦ୍ଧରୁ ଜଣେ ଓ ମୟୂରଭଞ୍ଜରୁ ଜଣେ ଦଲାଲ୍ ଙ୍କୁ ଗିରଫ କରାଯାଇଛି ।
ଗତକାଲି ତୃତୀୟ ଦିନରେ ୩୧ ଜଣ, ଦ୍ୱିତୀୟ ଦିନରେ ୭୫ ଜଣ ଦଲାଲ୍ ଙ୍କୁ ଗିରଫ କରାଯାଇଥିବା ବେଳେ ଗତ ଗୁରୁବାର ପ୍ରଥମ ଦିନରେ ୩୦ ଜଣ ଦଲାଲ୍ ଙ୍କୁ ଗିରଫ କରାଯାଇଥିଲା ।
ପ୍ରକାଶ ଥାଉ କି, ମେଡିକାଲ ଗୁଡିକୁ ଦଲାଲ୍ ଏବଂ ମଧ୍ୟସ୍ଥି ମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ରାଜ୍ୟ ପୋଲିସ ଡିଜିଙ୍କ ତତ୍ୱାବଧାନରେ ଏହି ଚଢ଼ଉ ଅଭିଯାନ ଜାରୀ ରହିଛି । ଆଗାମୀ ଦିନରେ ମଧ୍ୟ ପୋଲିସର ଅନୁରୂପ ଅଭିଯାନ ଜାରୀ ରହିବ ବୋଲି ଜଣାପଡିଛି । କାରଣ ଡ଼ିସିପି ଓ ଏସପିଙ୍କ ତତ୍ୱାବଧାନରେ ଦଲାଲ୍ ଙ୍କୁ ଗିରଫ କରିବା ପାଇଁ ପୋଲିସ ଅଫିସର ମାନେ ଅଭିଯାନ ଜାରୀ ରଖିବାକୁ ବିଭାଗୀୟ ନିଦେ୍ର୍ଧଶ ରହିଛି । ଏଥିସହିତ ଡିସିପି ଓ ଏସପି ମାନେ ନିୟମିତ ଭାବେ ଦଲାଲ୍ ମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ସଂକ୍ରାନ୍ତ ରିପୋର୍ଟ ଡିଜିପିଙ୍କ ନିକଟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।