ବ୍ରହ୍ମପୁର: ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାପାଳ ପ୍ରତ୍ୟେକ ଦୋକାନୀଙ୍କ ପାଇଁ ସାମାଜିକ ଦୂରତ୍ୱ ଅବଲମ୍ବନ କ୍ଷେତ୍ରରେ ୫ଟି ନିୟମ ଲାଗୁ କରିବା ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ପ୍ରତ୍ୟେକ ଦୋକାନ ସମ୍ମୁଖରେ ଡବଲ୍ ବ୍ୟାରିକେଡ୍ ନିର୍ମାଣ କରିବା, ବ୍ୟବସାୟୀ ନିଜେ ମାସ୍କ ପିନ୍ଧିବା ସହ ସାମଗ୍ରୀ ବିକ୍ରି କରିବେ । ଯେଉଁ ଗ୍ରାହକ ମାସ୍କ ପିନ୍ଧି ନଥିବେ ତାଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସାମଗ୍ରୀ ଦେବେ ନାହିଁ, ଗ୍ରାହକମାନେ ଦୋକାନ ସମ୍ମୁଖରେ ଠିଆ ହେବା ପାଇଁ ୨ମିଟର ଦୂରତାରେ ସର୍କଲ କରିବେ, ଦୋକାନରେ ସାନିଟାଇଜର, ହ୍ୟାଣ୍ଡୱାସ୍ ଓ ପାଣି ରଖାଯିବ, ଦୋକାନୀମାନେ ଡାଇରିରେ ଗ୍ରାହକଙ୍କ ବିଷୟରେ ସମସ୍ତ ତଥ୍ୟ ରଖିବେ । ଏହି ୫ଟି ନିୟମ ପାଳନ ନକଲେ ଜୋରିମାନା ଆଦାୟ ସହ ମାମଲା ରୁଜୁକରି ଏକ ମାସ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖାଯିବ । ଏଥିସହ ଗ୍ରାମାଞ୍ଚଳରେ ଲୋକେ ତାସ୍, ଭଲିବଲ୍ ଓ ଫୁଟବଲ୍ ଖେଳୁଥିବାର ଦେଖିବାକୁ ମିଳୁଛି । ଯଦ୍ୱାରା ସଂକ୍ରମିତ ବୃଦ୍ଧିରେ ଆଶଙ୍କା ରହିଛି । ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ ସହ ୧୪ଦିନିଆ ସଙ୍ଗରୋଧରେ ସେମାନଙ୍କୁ ରଖିବା ପାଇଁ ତହସିଲଦାର ଓ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Related Stories
November 25, 2024