ବ୍ରହ୍ମପୁର: ଜିଲ୍ଲାରେ ସୋମବାର ୪୯୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ସୋମବାର ୩ଜଣଙ୍କ ମୃତ୍ୟୁ ହୋଇଛି । ଜୁଲାଇ ମାସର ଏହି ୨୬ଦିନ ମଧ୍ୟରେ ୭୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୭୯୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୮ରେ ପହଁଚିଛି । ଏଥିମଧ୍ୟରେ ୮୨ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୬ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ସୋମବାର ୪୯୧ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୧ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ଜଣେ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୪୪୯ଜଣ ରହିଛନ୍ତି । ସେହିପରି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ୫୧ବର୍ଷୀୟ ଜଣେ ମହିଳା ରହିଥିବା ବେଳେ ୫୮ ଓ ୫୫ବର୍ଷୀୟ ୨ଜଣ ପୁରୁଷ ରହିଛନ୍ତି । ୪୧ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୩, ବେଗୁନିଆପଡା ୩, ବେଲଗୁଣ୍ଠା ୭, ଭଞ୍ଜନଗର ୩, ବୁଗୁଡା ୧, ଚିିକିଟି ୧, ଧରାକୋଟ ୨, ଗଞ୍ଜାମ ୧, ହିଞ୍ଜିଳିକାଟୁ ୧, ଜଗନ୍ନାଥପ୍ରସାଦ ୧, ପୋଲସରା ୧, ରଙ୍ଗେଇଲୁଣ୍ଡା ୩ ଓ ସୋରଡା ବ୍ଲକ୍ରୁ ୭ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ସଂକ୍ରମିତ ଜଣକ ବେଗୁନିଆପଡା ବ୍ଲକ୍ର । ସେହିପରି ୪୪୯ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୪, ବେଗୁନିଆପଡା ୮, ବେଲଗୁଣ୍ଠା ୨୮, ବିଏମ୍ସି ୧୩୫, ଭଞ୍ଜନଗର ୯, ବୁଗୁଡା ୩୩, ଛତ୍ରପୁର ୨୪, ଚିକିଟି ୧୨, ଧରାକୋଟ ୨,଼ ଦିଗପହଣ୍ଡି ୩, ଗଞ୍ଜାମ ୨୪, ହିଞ୍ଜିଳିକାଟୁ ୮, ଜଗନ୍ନାଥପ୍ରସାଦ ୩, କବିସୂର୍ଯ୍ୟନଗର ୪, ଖଲ୍ଲିକୋଟ ୧୩, କୁକୁଡାଖଣ୍ଡି ୨୫, ପାତ୍ରପୁର ୧୪, ପୋଲସରା ୧୫, ପୁରୁଷୋତ୍ତମପୁର ୨୫, ରଙ୍ଗେଇଲୁଣ୍ଡା ୯, ସାନଖେମୁଣ୍ଡି ୪, ଶେରଗଡ ୨୩ ଓ ସୋରଡା ବ୍ଲକ୍ରୁ ୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୯୧୬୯ରେ ପହଞ୍ôଚଥିବା ବେଳେ ୮୮ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ସୋମବାର ୧୬୦ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୫୯୯୬ରେ ପହଂଚିଛି । ଜିଲ୍ଲାରେ ଏବେ ୩୦୮୫ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 25, 2024