
ବାରିପଦା– ବାରିପଦା ସହରରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟ୍ରପତି ଭାତର ରତ୍ନ ଏପିଜେ ଅବ୍ଦୁଲ କାଲାମଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟରେ ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟ ପ୍ରମୁଖ ପୂର୍ବତନ ରାଷ୍ଟ୍ରପତି ଭାତର ରତ୍ନ ଏପିଜେ ଅବ୍ଦୁଲ କାଲାମଙ୍କୁ ଭକ୍ତିପୁତ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ଼ଃ. ପ୍ରଜ୍ଞା ପରମିତା ଜେନା ସ୍ୱର୍ଗତଃ କାଲାମଙ୍କ ସ୍ମୃତି ଚାରଣ କରିବା ସହ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଚିତ କରାଇବାର ସ୍ୱପ୍ନ ରହିଥିଲା ବୋଲି ମତ ବକ୍ତ କରିଥିଲେ । ଏଥି ସହିତ ଭାରତର କ୍ଷେପଣାସ୍ତ୍ର ମାନବ ଭାବେ ଦେଶକୁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅମିତାଭ ମିଶ୍ର, ଡ଼ଃ ଶଶୀଧର ବିଶ୍ୱାଳ, ରାଜୀବ ଲୋଚନ ଜେନା, ବରିଷ୍ଠ ଶିକ୍ଷକ ଅତୁଲ କୁମାର ପରିଡ଼ା, ।ଳୟ ପରିଚାଳନା କମିଟି ସଭାପତି ଲାଇକୁଦ୍ଦିନ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।