ଭୁବନେଶ୍ୱର– ଓଡ଼ିଶାର ଜଣାଶୁଣା ଆଲବମ୍ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଲବମ୍ ଜଗତରେ ଆଗଧାଡ଼ିର କଳାକାର ଭାବେ ସେ ବେଶ୍ ପରିଚିତ ଥିଲେ । ତାଙ୍କର ଅକଳା ବିୟୋଗ ନିଶ୍ଚିତ ଭାବେ କଳାଜଗତ ପାଇଁ ଏକ ବିରାଟ କ୍ଷତି । ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ତାଙ୍କ ବିୟୋଗଜନିତ କ୍ଷତି ସହ୍ୟ କରିବାକୁ ଈଶ୍ୱର ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବାକୁ ମୁଁ ପ୍ରାର୍ଥନା କରୁଛି ବୋଳି ମନ୍ତ୍ରୀ ତାଙ୍କ ଶୋକବାର୍ତାରେ କହିଛନ୍ତି ।
Related Stories
November 25, 2024