ଭୁବନେଶ୍ୱର– ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଭିମନ୍ୟୁ କୁମ୍ଭାରଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ କୁମ୍ଭାର ଜଣେ ସରଳ ନିଷ୍କପଟ ତଥା ସାଧାରଣ ମଣିଷ ଥିଲେ । ସେ ୧୯୭୧ ମସିହାରୁ ପ୍ରଥମେ ରେଢ଼ାଖୋଲ ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇ ରେଢ଼ାଖୋଲ ତଥା ସମ୍ବଲପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସହଭାଗୀ ହୋଇଥିଲେ । ବିଶେଷ କରି ଦଳିତ ଓ ଆଦିବାସୀଙ୍କ ବିକାଶ ପାଇଁ ସ୍ୱର୍ଗତଃ କୁମ୍ଭାର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି କଂଗ୍ରେସ ଦଳରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୋଇଥିଲେ ।ତାଙ୍କ ବିୟୋଗରେ ଦଳ ଓ ରାଜ୍ୟ ର ଅପୂରଣୀୟ କ୍ଷତି ହେଲା ।ତାଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।
Related Stories
November 25, 2024