କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର କଟରାମଲ୍ଲ ଓ ସେକ୍ପୁର ଗ୍ରାମର ବାସିନ୍ଦା ମାନେ ଚାଷ କାମରେ ଜଳ ଯୋଗାଣ ପାଇଁ ଦାବି ଜଣାଇଛନ୍ତି । ପଟ୍ଟାମୁଣ୍ଡାଇର ୧୫ନଂ କେନାଲ ଦ୍ୱାରା ୩ଟି ଗ୍ରାମର ଚାଷୀମାନେ ଉପକୃତ ହେଉଥିବା ବେଳେ ଜୁଲାଇ ମାସ ସରିବାକୁ ଥିଲେ ମଧ୍ୟ କେନାଲରେ ପାଣି ନଥିବାରୁ ଚାଷକାର୍ଯ୍ୟ ହୋଇପାରୁ ନାହିଁ । ଏହି କେନାଲର ସଫାକାର୍ଯ୍ୟ ନିମ୍ନ ମାନର ହୋଇଥିବା ବେଳେ ଏହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ । ପୂର୍ବ ଗ୍ରାମର ଲୋକମାନେ କେନାଲରେ ଆଡିବନ୍ଧ ପକାଇ ନିଜ ଜମିକୁ ପାଣି ମଡାଉଥିବା ବେଳେ ତଳ ଅଂଚଳକୁ ପାଣି ପ୍ରବାହିତ ହୋଇନାହିଁ । ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ କଟରାମଲ୍ଲ ଓ ସେକ୍ପୁର ଗ୍ରାମର ଚାଷୀମାନେ ଜଳ ସେଚନ ବିଭାଗରେ ଦାବି କରିଛନ୍ତି । ଗ୍ରାମର ହରେକୃଷ୍ଣ ପରିଡା, ବିଷ୍ଣୁ ମଲ୍ଲିକ, ରତ୍ନାକର ମଲ୍ଲିକ, ଭରତ ସେଠୀ, ସୁବ୍ରତ ଲେଙ୍କା, ରମାକାନ୍ତ ଲେଙ୍କା ଓ କରୁଣାକର ବାରିକ ପ୍ରମୁଖ ଦାବି କରିଛନ୍ତି ।
Related Stories
November 24, 2024
November 24, 2024