କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନନଗର ସଂସାରଫଳ ପଂଚାୟତର ଗ୍ରାମବାସୀ ମାନେ ଅନ୍ଧାରୁଆ, ବନ୍ତୋ ଓ ବାଲିଆ ଗ୍ରାମ ଦେଇ ପ୍ରବାହିତ ହେଉଥିବା ୧୬ ନଂ ଡି କେନାଲ ଉପରେ ପୋଲ ନିର୍ମାଣ ସହ ଜଳ ନିଷ୍କାସନ ପାଇଁ ଦାବି ଜଣାଇଛନ୍ତି । ଏହି କେନାଲ ନିକଟରେ ଖାଲ ପାଟ ଜମି ଥିବାରୁ ବର୍ଷାଦିନେ ଅନ୍ୟ ସମୟରେ ପ୍ରଚୁର ପାଣି ଜମି ରହି ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ହଳ ବଳଦ ଯିବା ଆସିବା ଓ ଗ୍ରାମବାସୀଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଥିବାରୁ ବନ୍ତୋ ସୀମା ନିକଟରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି । ଅରୁଣ କୁମାର ଦାସ, ମହେନ୍ଦ୍ର କୁମାର ଦାସ, ବିନୋଦ ବିହାରୀ ଦାସ, ଚଣ୍ଢୀ ସେଠୀ, ନିମାଇଁ ଚରଣ ଦାସ, ଅଶ୍ୱନୀ କୁମାର ଗିରି ପ୍ରମୁଖ ବହୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଥିଲେ ।
Related Stories
November 24, 2024
November 24, 2024