
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ନବ ଗଠିତ ପଂଚାୟତ କଂସାର ବଡଦାଣ୍ଡୁଆ ଅନ୍ତର୍ଗତ ବଗଗହଣ, ପଙ୍କପାଳ, ବଡପାଳ ଓ କଂସାର ବଡଦାଣ୍ଡୁଆ ଗ୍ରାମର ଗ୍ରାମବାସୀ ମାନେ ପଂଚାୟତ କାର୍ଯ୍ୟାଳୟକୁ କଂସାର ବଡଦାଣ୍ଡୁଆ ଗ୍ରାମରେ ରଖିବା ପାଇଁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି । ଏହି ନୂଆ ପଂଚାୟତ କାର୍ଯ୍ୟାଳୟର ନିଜସ୍ୱ ଘର ନଥିବାରୁ ସରପଂଚ ନିଜ ଘରେ ପଂଚାୟତ ଅଫିସ କାର୍ଯ୍ୟ କରୁଛନ୍ତି । ନୂଆ ପଂଚାୟତର କାର୍ଯ୍ୟାଳୟ ୟୁଜିୟୁପି ସ୍କୁଲ ନିକଟରେ ଥିବା ସରକାରୀ ଜମିରେ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନଙ୍କ ତରଫରୁ ଦାବି କରାଯାଇଛି । ଏହା ପଂଚାୟତର ମଧ୍ୟ ସ୍ଥଳରେ ଥିବାରୁ ସମସ୍ତ ଗ୍ରାମର ଲୋକମାନଙ୍କ ପାଇଁ ସୁବିଧା ଜନକ ହେବ ବୋଲି ଦାବି କରିବା ସହ ନିର୍ମାଣ ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟ କଂସାର ବଡଦାଣ୍ଡୁଆ ଗ୍ରାମର ଓସଡମା ଗୃହରେ ପରିଚାଳନା କରିବାର ନିର୍ଦ୍ଦେଶ ଦେବାକୁ ଗ୍ରାମର ସଦାନନ୍ଦ ଅସୀମ କୁମାର ମଣ୍ଡଳ, କାର୍ତିକ ଚନ୍ଦ୍ର ଗାଏନ, ପ୍ରିୟଙ୍କା ଗିରି, ପ୍ରଭାଂଶୁ ଶେଖର ଗିରି, ଗୁରୁପଦ ଡେରା, ଉଦୟ ପରିଡା, ବିମଳ ପାଲ, ବାପୁନ କୁମାର ନନ୍ଦ ପ୍ରମୁଖ ଦାବି କରିଛନ୍ତି ।