ବାରିପଦା – ବାରିପଦା ତଖତପୁରସ୍ଥିତ ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳପଡ଼ିଆରେ ନୂତନ ପିଜି ବିଲଡ଼ିଂର ବ୍ଲକ-୨ ନିର୍ମାଣ ଅଟକଳ ମୂଲ୍ୟ ୪,୧୩,୧୫,୯୭୮ ଟଙ୍କା କ୍ରିୟେସନ ଏଣ୍ଡ କ୍ରିୟେସନ ଏଲଏଲପି ପ୍ରଫେସର ସତ୍ୟରଞ୍ଜନ ମହାନ୍ତିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ମାତ୍ର ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱାରା ବିଧିବଦ୍ଧ ଭାବେ ତଦନ୍ତ କରାନଯାଇ ଖାମଖିଆଲି ଭାବେ ଏକାଧିକ ମୂଲ୍ୟବାନ ଗଛକୁ କାଟି ମହାବିଦ୍ୟାଳୟର ଆଧାରୁ ଅଧିକ ଖେଳ ପଡ଼ିଆର ଜମି ଉପରେ ନୂତନ ପିଜି ବିଲଡ଼ିଂର ବ୍ଲକ-୨ ନିର୍ମାଣ ନିମନ୍ତେ ଚିହ୍ନଟ କରାଯାଇଛି । ଏହାକୁ ମୟୂରଭଞ୍ଜ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତୀବ୍ର ବିରୋଧ କରି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଝରଣା ବେହେରାଙ୍କୁ ସାକ୍ଷାତ କରି ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସଂଗେସଂଗେ ମହାବିଦ୍ୟାଳୟ ପରିସରରେ ଖାଲି ପଡ଼ିଥିବା ସ୍ଥାନକୁ ସ୍ଥାନାନ୍ତରିତ କରାଇବା ପାଇଁ ଦାବି ଜଣାଇଛି । ସେହିପରି ବର୍ତମାନ କରୋନା ମହାମାରୀକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାଅନୁଷ୍ଠାନ ଗୁଡ଼ିକରେ ପାଠପଢ଼ାକୁ ବନ୍ଦ ରଖିଛନ୍ତି । ତେଣୁ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଥିବା କାରଣରୁ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲାର ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ କ୍ଲାସ କରିବାର ସୁବିଧା ପାଇପାରୁ ନାହାନ୍ତି । ତେବେ ମହାବିଦ୍ୟାଳୟରେ ଅନେକଗୁଡ଼ିଏ ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି ଏବଂ ଅତିଥି ଅଧ୍ୟାପକ ନିଯୁକ୍ତି ହୋଇ ନ ଥିବା କାରଣରୁ ବିଭିନ୍ନ ବିଭାଗରେ ପାଠପଢ଼ାରେ ବହୁବିଧ ସମସ୍ୟା ଦେଖାଦେଇଛି । ବାରିପଦା ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୧୦ଟି ବିଭାଗରେ ନିୟମିତ ଅଧ୍ୟାପକ ନ ଥିବାରୁ ଉକ୍ତ ବିଭାଗଗୁଡ଼ିକୁ ଅନଲାଇନରେ ପାଠପଢ଼ାରୁ ବାଦ ଦିଆଯାଇଛି । ଫଳରେ ସେହି ବିଭାଗରେ ଅଧ୍ୟନରତ ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ କରିବାରୁ ବଂଚିତ ହୋଇଛନ୍ତି । ଏହାକୁ ନେଇ ଜେଏମଏମର ଯୁବ ମୋର୍ଚ୍ଚା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଝରଣା ବେରାଙ୍କର ଦୃଷ୍ଟି ଆକର୍ଷଣ କରାଇବା ସହ ବାଦ ପଡ଼ିଥିବା ୧୦ଟି ବିଭାଗରେ ଅନଲାଇନରେ କ୍ଲାସ ଆରମ୍ଭ କରାଇବାର ଦାବି ଉପସ୍ଥାପନ କରିବାପରେ ଅଧ୍ୟକ୍ଷା ଉଚ୍ଚ ଶିକ୍ଷା ବିଭାଗ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇ ଯଥା ସମ୍ଭବ ସମାଧାନର ରାସ୍ତା ବାହାର କରାଇବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଜେଏମଏମ ଯୁବ ମୋର୍ଚ୍ଚାର ପୁର୍ଥୁରାଜ ହାଁସଦାଃ, ଅର୍ଜୁନ ମୁର୍ମୁ, ଚୈତନ୍ୟ ସୋରେନ, ବାଜୁନ ସୋରେନ, ଦୀନେଶ ମୁର୍ମୁ, ଅଇଁଠୁ ବିଶ୍ୱନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
Related Stories
November 24, 2024
November 24, 2024