
କୈଳାସ ଚନ୍ଦ୍ର ପଣ୍ଡା, ପୁରୀ – ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ବଳଗଣ୍ଡି ରାୟବାହାଦୁର ଲେନ ଅଧିବାସୀ ମାନଙ୍କୁ କ଼ରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଆର୍ସେନିକ ଆଲବମ ୩୦ ସି ବଣ୍ଟା ଯାଇଥିଲା । ଏଥି ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ସମ୍ବନ୍ଧରେ ସଚେତନ କରାଯାଇଥିଲା । ଡଃ ନବ କିଶୋର ମହାପାତ୍ର ବରିଷ୍ଠ ସଦସ୍ୟା ଗୀତାଞ୍ଜଳୀ ସାମନ୍ତରାୟ ଙ୍କ ସଂଯୋଜନା ରେ ପ୍ରାନ୍ତୀୟ ସଂଗଠନ ସଚିବ ସୈାମେନ୍ଦ୍ର ଦାସଙ୍କ, ଶାଖା ସଚିବ ସୁପ୍ରୀତି ରଥ, ଅର୍ଥ ସଚିବ ଗୈାରାଙ୍ଗ ମିଶ୍ର, ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ ,ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଜଗଦୀଶ ଆଚାର୍ଯ୍ୟ, ବୁଦ୍ଧଦେବ ମହାପାତ୍ର, ରାମଚନ୍ଦ୍ର ଦଳାଇ, ପତିତ ପାବନ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।