ମାଲକାନଗିରି – ସାଧାରଣତଃ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳର ଶିକ୍ଷକ ମାନେ ଅନେକ ବାହାନା କରି ଶିକ୍ଷାଦାନ ଦୂରେଇ ରୁହନ୍ତି । କିନ୍ତୁ, ଏଠି ଏହି ଅଞ୍ଚଳରେ ଶିକ୍ଷକଙ୍କ ବିଚିତ୍ର ଧରଣର ପାଠପଢା ଦେଖିବାକୁ ମିଳିଛି । ପିଲାଙ୍କୁ ନାଚି ନାଚି ପାଠ ପଢ଼ାଉଛନ୍ତି ଶିକ୍ଷକ ।
ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚୟତସ୍ଥିତ ଜନ୍ତାପାଇ ସ୍କୁଲର ଶିକ୍ଷକ ହରିହର ବେହେରା । ହରିହରଙ୍କ ଏଭଳି ଉଦ୍ୟମ ଓ ଶିକ୍ଷାଦାନ ଯୋଗୁ ସେ ସ୍ୱାଭିମାନ ଅଂଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ପୂର୍ବରୁ ଏହି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ ଆସୁନଥିବା ଓ ପଢାପଢି ହେଉନଥିବା ଅଭିଯୋଗ କରି ଆଦିବାସୀ ମେଳି କରାଯାଇଥିଲା ହେଲେ ଏବେ ଏଭଳି ଚିତ୍ର ସ୍ୱାଭିମାନ ଅଞ୍ଚଳରୁ ସାମ୍ନାକୁ ଆସିବାରୁ ଏହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠିଙ୍କ ନିର୍ଦେଶ କ୍ରମେ ନଦୀ ପାର ହୋଇ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଏବେ ସମସ୍ତ ସ୍କୁଲକୁ ଯାତାୟତ ହେଉଥିବା ନଜରକୁ ଆସୁଛି ।