ବ୍ରହ୍ମପୁର: ଦିନକୁ ଦିନ ପରିବେଶ ପ୍ରଦୂଷଣ ହେଉଥିବା ବେଳେ ପରିବେଶ ପ୍ରତି ସଚେତନ ହୋଇ ଦେଶ ତଥା ରାଜ୍ୟ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ବୃକ୍ଷରୋପଣ, ପଲିଥିନ ବର୍ଜନ ଓ ଧୂଆଁମୁକ୍ତ ସହର ଭାବେ ପରିଗଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ବିିଭିନ୍ନ ସମୟରେ ଦେଖାଯାଉଛି ଶବ ସଂସ୍କାର ବେଳେ ପରିବେଶ କଳୁଷିତ ହେବା ସହ ଶ୍ମଶାନ ଅଞ୍ଚଳରେ ଧୂଆଁ ହୋଇ ଏକ ପ୍ରକାର ଦୁର୍ଗନ୍ଧ ବାହାରୁଛି ଯାହାକି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏହା ଦ୍ୱାରା ଅଞ୍ଚଳବାସୀଙ୍କ ସମେତ ଶବଦାହମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏହି ସବୁ ସମସ୍ୟାକୁ ଦେଖି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ମହାନଗର ନିଗମରେ ପରିବେଶ ଅନୁକୂଳ ଶବ ସତ୍କାର ଯୋଜନା ମାଧ୍ୟମରେ ଅତ୍ୟାଧୁନିକ ଯନ୍ତ୍ରଚାଳିତ ଶବ ସଂସ୍କାର କେନ୍ଦ୍ର ସ୍ଥାପନ କରିବା ନେଇ କାର୍ଯ୍ୟାରମ୍ଭ କରିଥିଲେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ଭଳି ୫ଟି ମହାନଗର ନିଗମରେ ଉକ୍ତ ପ୍ରକଳ୍ପ ସ୍ଥାପନ କରିବା ନେଇ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଅନୁଦାନ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ପ୍ରକଳ୍ପ ପାଇଁ ୮୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ରାଜ୍ୟର ୪ଟି ମହାନଗର ନିଗମ ପକ୍ଷରୁ ଉକ୍ତ ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇନଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଚଳିତ ମାସ ୧୫ତାରିଖରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡିଛି । ପୂର୍ବରୁ ଶବ ସତ୍କାର ପାଇଁ ଅନ୍ୟୁନ ୨୦୦ କେଜି କାଠ ସମେତ ସମୟସାପେକ୍ଷ ସାଙ୍ଗକୁ ପରିମଳ ବିପର୍ଯ୍ୟସ୍ତ ହେଉଥିଲା । ସମ୍ପ୍ରତି ଯନ୍ତ୍ରଚାଳିତ ଶବ ସତ୍କାର ଚାମ୍ବର ଦ୍ୱାରା ମାତ୍ର ୧ଘଣ୍ଟାରେ ମାତ୍ର ୧୦୦କେଜି କାଠରେ ଶବ ସତ୍କାର ହେବା ସହ ପରିବେଶ ପ୍ରତି ମଧ୍ୟ କୌଣସି ସମସ୍ୟା ଦେଖାଦେଇନଥାଏ । ଶବ ସତ୍କାର ପୂର୍ବରୁ ଆନୁଷ୍ଠାନିକ ଭାବେ ଅନ୍ତିମ କାର୍ଯ୍ୟକ୍ରମ ସମାପନ ହେବା ପରେ ଶବକୁ ଚାମ୍ବର ନିକଟରେ ଥିବା ଏକ ବାସ୍କେଟ ଉପରେ ରଖାଯାଇଥାଏ । ନୀତିନିୟମ ପ୍ରକାରେ ଯେଭଳି ଶବକୁ ମୁଖାଗ୍ନି ଦେବା କଥା ସେଭଳି ଭାବେ ବାସ୍କେଟରେ କାଠକୁ ସଜ୍ଜିତ କରି ରଖାଯାଇଥାଏ । ସେହି ବାସ୍କେଟ ଉପରେ ଶବକୁ ରଖି ମୁଖାଗ୍ନି ଦେବାପରେ ଯନ୍ତ୍ରଚାଳିତ ବାସ୍କେଟ ବାଷ୍ପରୁଦ୍ଧକୋଠରୀ ମଧ୍ୟକୁ ପ୍ରବେଶ କରିଥାଏ । ଉକ୍ତ ବାଷ୍ପରୁଦ୍ଧ କୋଠରୀରେ ୧ହଜାର ଡିଗ୍ରୀ ଲେ୍ସିଏସରେ ଉତ୍ତାପରେ ମାତ୍ର ୧ଘଣ୍ଟାରେ ଶବ ସତ୍କାର ହୋଇ କଠିନବସ୍ତୁ ଓ ପାଉଁଶ ସବୁ ଭିନ୍ନ ଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ସଂରକ୍ଷିତ ହୋଇରୁହେ । ଉକ୍ତ ଚାମ୍ବରରେ ୧୨୫ଫୁଟ ଉଚ୍ଚତାର ଲାଗିଥିବା ଧୂଆଁନଳୀ ଦ୍ୱାରା ଧୂଆଁ ସବୁ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇ ବାହାରେ । ଏହା ଦ୍ୱାରା ପରିବେଶ ପ୍ରତି ହାନିକାରକ ନଥିବା ବେଳେ କମ୍ ଖର୍ଚ୍ଚାନ୍ତ ଓ ଅତି କମ୍ ଖର୍ଚ୍ଚରେ ଶବ ଶତ୍କାର କାର୍ଯ୍ୟ ସମାପନ ହୋଇଥାଏ । ସ୍ଥାନୀୟ ନୀଳକଣ୍ଠେଶ୍ୱର ଶ୍ମଶାନ ଠାରେ ଦିଲ୍ଲୀର ଏକ ଘରୋଇ କମ୍ପାନୀ ପକ୍ଷରୁ ଉକ୍ତ ପ୍ରକଳ୍ପ ସ୍ଥାପନ କରାଯାଇଥିବା ବେଳେ ଶବ ସତ୍କାର ପାଇଁ କମ୍ପାନୀ ପକ୍ଷରୁ ତାଲିମଦାତା ୨ଜଣ ଶବଦାହକଙ୍କୁ ନିଯୁକ୍ତି ଦିଆଯାଇଛି । ମାତ୍ର ୩ହଜାର ଟଙ୍କାରେ କାଠ, ବିଦ୍ୟୁତ୍ ବିଲ୍ ସମେତ ଶବ ସତ୍କାର କାର୍ଯ୍ୟ ସମାପନ ହେଉଛି ବୋଲି ନିଗମ ପକ୍ଷରୁ ଜଣାପଡିଛି ।
Related Stories
November 24, 2024
November 24, 2024