-
୪୨୮୨ଙ୍କ ଠାରୁ ସ୍ୱାବ୍ ସଂଗ୍ରହ, ୧୫୬୬ ସଂକ୍ରମିତ ଚିହ୍ନଟ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ତୃତୀୟ ପ୍ରକ୍ରିୟା ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ଯାଞ୍ଚ ଘରକୁ ଘର ବୁଲି କରାଯାଉଛି । ରବିବାର ସନ୍ଧ୍ୟା ସୁଦ୍ଧା ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ୪୨୮୨ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ପରୀକ୍ଷାପରେ ୧୫୬୬ଜଣ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦୩୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୫୩୧ଜଣ ଚିକିତ୍ସିତ ହେଉଛନ୍ତି । ଇତି ମଧ୍ୟରେ ୧୬ଜଣଙ୍କ ମୃତ୍ୟୁ ହୋଇଛି । ବିଏମ୍ସି ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୫୦୪ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ନେଇ ବିଏମ୍ସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରେ ଡାକ୍ତର, ନର୍ସ, ପୋଲିସ, ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ବିଏମ୍ସି, ଉପଜିଲ୍ଲାପାଳ, ତହସିଲସାର, ଏମ୍କେସିଜି ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ସଂକ୍ରମିତ ହୋଇଛନ୍ତି ।