ବ୍ରହ୍ମପୁର: ଜିଲ୍ଲାରେ ରବିବାର ୪୮୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ଜଣେ ୩୦ବର୍ଷୀୟ ଗର୍ଭବତୀ ମହିଳାଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି । ଗତ ଜୁଲାଇ ମାସର ଏହି ୨୫ଦିନ ମଧ୍ୟରେ ୬୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୩୦୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୫ରେ ପହଁଚିଛି । ଏଥିମଧ୍ୟରେ ୭୯ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୬ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ରବିବାର ୪୮୪ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୨ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୩ଜଣ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୪୩୯ଜଣ ରହିଛନ୍ତି । ସେହିପରି ରବିବାର ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ୬୩ବର୍ଷୀୟ, ୫୫ବର୍ଷୀୟ, ୬୦ବର୍ଷୀୟ, ୬୪ବର୍ଷୀୟ, ୬୦ବର୍ଷୀୟ ୫ଜଣ ପୁରୁଷ ଥିବାବେଳେ ୫୧ବର୍ଷୀୟ ଜଣେ ମହିଳା ଓ ୨୩ବର୍ଷୀୟ ଜଣେ ଗର୍ଭବତୀ ମହିଳା ରହିଛନ୍ତି । ଗର୍ଭବତୀ ମହିଳାଙ୍କ ଅଣକୋଭିଡ୍ରେ ମୃତ୍ୟୁ ହୋଇଛି । ୪୨ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧, ବେଗୁନିଆପଡା ୫, ବେଲଗୁଣ୍ଠା ୩, ବୁଗୁଡା ୨, ଛତ୍ରପୁର ୨, ଧରାକୋଟ ୫, ଦିଗପହଣ୍ଡ ୧, ଗଞ୍ଜାମ ୧, ହିଞ୍ଜିଳିକାଟୁ ୫, ଖଲ୍ଳିକୋଟ ୩, କୁକୁଡାଖଣ୍ଡି ୩, ପାତ୍ରପୁର ୩, ପୋଲସରା ୧, ରଙ୍ଗେଇଲୁଣ୍ଡା ୧, ସାନଖେମୁଣ୍ଡି ୪ ଓ ସୋରଡା ବ୍ଲକ୍ରୁ ୨ଜଣ ରହିଛନ୍ତି । ସେହିପରି ରାଜ୍ୟ ଫେରନ୍ତା ୩ଜଣଙ୍କ ମଧ୍ୟରେ ବେଗୁନିଆପଡା, ବେଲଗୁଣ୍ଠା ଓ ଚିକିଟି ବ୍ଲକ୍ରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ୪୩୯ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୩୪, ବେଗୁନିଆପଡା ୪୬, ବେଲଗୁଣ୍ଠା ୬, ବିଏମ୍ସି ୬୮, ଭଞ୍ଜନଗର ୧୧, ବୁଗୁଡା ୮, ଛତ୍ରପୁର ୨୦, ଚିକିଟି ୧୦, ଧରାକୋଟ ୬,଼ ଦିଗପହଣ୍ଡି ୧୨, ଗଞ୍ଜାମ ୧୪, ହିଞ୍ଜିଳିକାଟୁ ୩୨, ଜଗନ୍ନାଥପ୍ରସାଦ ୭, କବିସୂର୍ଯ୍ୟନଗର ୮, ଖଲ୍ଲିକୋଟ ୨୭, କୁକୁଡାଖଣ୍ଡି ୩୯, ପାତ୍ରପୁର ୨୫, ପୋଲସରା ୧୦, ପୁରୁଷୋତ୍ତମପୁର ୨, ରଙ୍ଗେଇଲୁଣ୍ଡା ୮, ସାନଖେମୁଣ୍ଡି ୭, ଶେରଗଡ ୧୧ ଓ ସୋରଡା ବ୍ଲକ୍ରୁ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୮୬୭୮ରେ ପହଞ୍ôଚଥିବା ବେଳେ ୮୫ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ରବିବାର ୪୩୨ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୫୮୩୬ରେ ପହଂଚିଛି । ଜିଲ୍ଲାରେ ଏବେ ୨୭୫୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 24, 2024
November 24, 2024