ଭୁବନେଶ୍ୱର – ରବିବାର ଦିବା ୧୧ ଘଟିକାଠାରୁ ୧.୩୦ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ପରିସରରେ ନଡ଼ିଆ କତା ହସ୍ତଶିଳ୍ପ କର୍ମଶାଳା ଅନୁÂିତ ହୋଇଯାଇଛି । ଏଥିରେ ସବୁବର୍ଗର ପର୍ଯ୍ୟଟକ ଯଥା ଛୋଟ ପିଲାଠାରୁ ବୃ ପର୍ଯ୍ୟନ୍ତ ଅଂଶଗ୍ରହଣ କରିଥିଲେ । ସମସ୍ତେ କତାରେ ଘୋଡ଼ା ପ୍ରସ୍ତୁତ କରିଥିଲେ । ପ୍ରଥମେ ସେମାନେ କତାକୁ ବାଛି ଅଳ୍ପ କିଛି ପାରୁ କ୍ରମ ଅନୁସାରେ ଧରି ସୂତାରେ ବାନ୍ଧି •ରୋଟି ଗୋଡ଼ ପ୍ରସ୍ତୁତ କରିଥିଲେ । ତାହାପରେ ପାଟି, ଦାନ୍ତ, ମୁଣ୍ଡ ପ୍ରସ୍ତୁତ କରି ବେକ ଗଢ଼ି ଶରୀର ପ୍ରସ୍ତୁତ କରିଥିଲେ । ସେହି ଶରୀରରେ ଆଗରୁ ପ୍ରସ୍ତୁତ •ରୋଟି ଗୋଡ଼ ଯୋଡ଼ିଥିଲେ । ତା ପରେ ଲାଞ୍ଜ ଓ କାନ ଲଗାଇଥିଲେ । ତା ଦପରେ ଅଳ୍ପ କିଛି ଗୁଣ୍ଡ ପାରୁରେ ସଜାଡ଼ି ସୂତାରେ ଫିନିସିଙ୍ଗ୍ କରିଥିଲେ । ଏହାପରେ ଉଲ୍ ମାଧ୍ୟମରେ ଆଖି କରିଥିଲେ । ଶେଷରେ ନିଜେ ପ୍ରସ୍ତୁତ କରିଥିବା ଘୋଡ଼ା ସ୍ମାରକୀ ଆକାରରେ ନିଜ ଘରକୁ ନେଇଥିଲେ । ସାକ୍ଷୀଗୋପାଳର ଡଲି ଦାସଙ୍କ ଉତ୍ୱାବଧାନରେ ଏହି ନଡ଼ିଆ କତା କର୍ମଶାଳାଟି ଅନୁÂିତ ହୋଇ ଥିଲା ।
Related Stories
November 23, 2024