-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୪୮୪ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮୬୭୮ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୫୮, ବାଲେଶ୍ୱର ଜିଲ୍ଲାରେ ୮୩୭, ବରଗଡ ଜିଲ୍ଲାରେ ୩୫୨, ଭଦ୍ରକ ଜିଲ୍ଲାରେ ୫୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୩୩୨. ବୌ ଦ୍ଧ ଜିଲ୍ଲାରେ ୧୩୧, କଟକ ଜିଲ୍ଲାରେ ୧୬୮୯, ଦେବଗଡ ଜିଲ୍ଲାରେ ୮୧, ଢେଙ୍କାନାଳ ଜିଲ୍ଲାରେ ୧୬୭. ଗଜପତି ଜିଲ୍ଲାରେ ୯୮୩, ଜଗତସିଂହପୁର ଜିଲ୍ଲାରେ ୬୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୦୯୬, ଝାରସୁଗୁଡା ଜିଲ୍ଲାରେ ୨୭୯, କଳାହାଣ୍ଡି ଜିଲ୍ଲାରେ ୧୨୨, କନ୍ଧମାଳ ୩୬୫, କେନ୍ଦ୍ରାପଡା ଜିଲ୍ଲାରେ ୪୧୮, କେନ୍ଦୁଝର ଜିଲ୍ଲାରେ ୬୧୦, ଖୋର୍ଧା ଜିଲ୍ଲାରେ ୩୦୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୪୫୧, ମାଲକାନଗିରି ଜିଲ୍ଲାରେ ୩୯୬, ମୟୁରଭଂଜ ଜିଲ୍ଲାରେ ୫୫୩. ନବରଙ୍ଗପୁର ଜିଲ୍ଲାରେ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୮୮, ନୂଆପଡା ଜିଲ୍ଲାରେ ୧୧୦, ପୁରୀ ଜିଲ୍ଲାରେ ୬୭୭, ରାୟଗଡା ଜିଲ୍ଲାରେ ୫୩୨. ସମ୍ବଲପୁର ଜିଲ୍ଲାରେ ୨୬୪. ସୁବର୍ଣପୁର ଜିଲ୍ଲାରେ ୭୪ ଓ ସୁନ୍ଦରଗଡ ଜିଲ୍ଲାରେ ୧୦୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।