କେନ୍ଦୁଝର/ଆନନ୍ଦପୁର– କେନ୍ଦୁଝର ଜିଲ୍ଲାରୁ ଶତାଧିକ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଆନନ୍ଦପୁର ପୌର ପରିଷଦକୁ ଆଂଶିକ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଅବଧି ମଧ୍ୟରେ ଔଷଧ ଦୋକାନକୁ ବାଦ୍ ଦେଲେ ଅତ୍ୟାବଶ୍ୟକ ସାମଗ୍ରୀ ଆଦି ଦୋକାନ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରଶାସନର ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସଟ୍ ଡାଉନ୍ କଟକଣା ବଳବତର ରହିବ ।
ଗତ ଦୁଇ ଦିନ ମଧ୍ୟରେ ଆନନ୍ଦପୁର ପୌରପରିଷଦର ୩ନଂ ୱାର୍ଡ଼ରୁ ୨ ଜଣ, ୧୪ ନଂ ୱାର୍ଡ଼ରୁ ଜଣେ, ୧୩ ୱାର୍ଡ଼ରୁ ଜଣେ ମାଲିକ ଓ ତାଙ୍କର ୪ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ଏବଂ ଆନନ୍ଦପୁର ବ୍ଲକ ସମ୍ମୁଖ ୭ ନଂ ୱାର୍ଡ଼ରୁ ୨୦ ଜଣ ପିଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ପୂର୍ବରୁ ଏଠାରେ ସାପ୍ତାହିକ ଶନିବାର, ରବିବାର ଦୁଇ ଦିନିଆ ସଟ୍ ଡାଉନ୍ ଜାରୀ ରହିଥିଲା ।