କେନ୍ଦୁଝର– କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଂଚଳରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ଗତ ଜୁଲାଇ ୫ ତାରିଖରୁ ସପ୍ତାହକ ପାଇଁ ଏଠାରେ ସଟ୍ ଡାଉନ୍ ଜାରୀ କରାଯାଇଥିବା ବେଳେ ପରବର୍ତି ସମୟରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ସମ୍ପ୍ରତି ଏଠାରେ ସଟ୍ ଡାଉନ୍ ଜାରୀ ରହିଥିବା ବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସଟ୍ ଡାଉନ୍ କଟକଣାକୁ ଆଜି ଠାରୁ ସାମାନ୍ୟ ପରିବର୍ତନ କରିଛି ପ୍ରଶାସନ । ଏହି ନୂତନ ନିର୍ଦ୍ଦେଶ ପ୍ରକାରେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ସକାଳ ୮ଟା ଠାରୁ ଦିନ ୧୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।
Related Stories
November 23, 2024