ଭୁବନେଶ୍ୱର – ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓ ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ କାରଖାନା ଓ ଉତ୍ପାଦନ ୟୁନିଟ ସହିତ ମଣ୍ଡଳସ୍ତରରୁ ଆରମ୍ଭ କରି ରେଳ ବୋର୍ଡ ସ୍ତର ପର୍ଯ୍ୟନ୍ତ ରେଳପଥର ପ୍ରତ୍ୟେକ ୟୁନିଟ୍ ରେ ପ୍ରତ୍ୟେକ ମାସର ଶେଷ ଦିନରେ ଗୋଟିଏ ଉତ୍ସବର ଆୟୋଜନ କରାଯାଉଛି । ତେବେ, ଏହି ଉତ୍ସବମାନଙ୍କରେ କୋଭିଡ-୧୯ ର ସଂକ୍ରମଣକୁ ଦୃଷ୍ଟି ଦେଇ ପ୍ରତ୍ୟକ୍ଷ ରୂପେ ଜନସମାବେଶ କରାଯାଉ ନାହିଁ ।
କୋଭିଡ-୧୯ କୁ ପ୍ରତିହତ କରିବା ପାଇଁ ଏହି ଉତ୍ସବଗୁଡିକୁ ଭରଚୁଆଲ ରୂପରେ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି । ବର୍ତମାନ, ସର୍ବଭାରତୀୟ ସ୍ତରରେ ଏହି ଅବସର ଗ୍ରହଣ ଉତ୍ସବ ଗୁଡିକୁ ପ୍ରତ୍ୟେକ ମାସର ଅନ୍ତିମ କାର୍ଯ୍ୟ ଦିବସର ସନ୍ଧ୍ୟା ୫ ଘଟିକା ସମୟରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ସମ୍ପନ୍ନ କରାଯିବ । ଭିଡିଓ ଲିଙ୍କ୍ ଦ୍ୱାରା ଜୋନାଲ ରେଳପଥ, ମଣ୍ଡଳ, ଉତ୍ପାଦନ ୟୁନିଟ, କାରଖାନା ଗୁଡିକୁ ରେଳବାଇ ବୋର୍ଡ ସହିତ ସଂଯୋଗ କରାଯିବ । ଭିଡ଼ିଓ କନଫରେନସିଙ୍ଗ୍ ସ୍ଥଳରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯିବ ଓ ସାମାଜିକ/ବ୍ୟକ୍ତିଗତ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ ।
ଏହି ଅବସର ଗ୍ରହଣ ଉତ୍ସବରେ କେନ୍ଦ୍ର ରେଳ ମନ୍ତ୍ରୀ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଭିଡ଼ିଓ କନଫରେନସିଙ୍ଗ୍ ଲିଙ୍କ ମାଧ୍ୟମରେ ଯୋଗ ଦେଇ ଅବସର ନେଉଥିବା ରେଳ କର୍ମଚାରୀମାନଙ୍କୁ, ଏହି ମହାନ୍ ଅନୁଷ୍ଠାନ ପାଇଁ ସେମାନଙ୍କର ଉତ୍ସର୍ଗୀକୃତ ଅବଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିବେ ।