ଭୁବନେଶ୍ୱର -ଶାସକ ଦଳ ଚାପରେ ଜୁନାଗଡ ଗଣଦୁର୍ଷ୍କମ ଘଟଣାକୁ ଚପେଇଦେବା ଲାଗି ଚାଲିଛି ବଡ ଷଡଯନ୍ତ୍ର । ଏହି ଘଟଣାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଭୋଦ ରଥଙ୍କ ସଂପୃକ୍ତି ରହିଛି । ଶାସକ ଦଳର ଇଙ୍ଗିତରେ ପ୍ରଥମେ ଜିଲ୍ଲା ଏସପି ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ କରି ଖସେଇ ଦେବାର ଯୋଜନା କରିଥିଲେ । ଏବେ ପୀଡିତା କହିବା ପରେ ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବରକୁ ଗିରଫ କରାଯାଇଛି । ଏବେ ଶାସକ ଦଳର ନିଦେ୍ର୍ଧଶରେ ପୋଲିସ ଘଟଣାକୁ ଗୁରୁତର ସହ ନନେଇ କେସକୁ ରଫାଦଫା କରିବା ପାଇଁ ଯୋଜନା କରୁଛି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ଏହି ଗଣଦୁର୍ଷ୍କମ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପ୍ରଭୋଦ ରଥ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଫୋନ୍ କରିଛି । ଅନ୍ୟପକ୍ଷରେ ପୀଡିତା କିପରି ଲଳିନ୍ଦ୍ର ଶବରକୁ ଚିହ୍ନିଲା ଏବଂ ଘଟଣା ଦିନ କିପରି ମୁଖ୍ୟ ଅଭିଯୁକ୍ତ ଏ ଅଭାବନୀୟ କାଣ୍ଡ ଘଟାଇବା ପାଇଁ ଷଡଯନ୍ତ୍ର ରଚିଥିଲା ତାହାର ବି ତଦନ୍ତ ହେବା ଆବଶ୍ୟକ । ଘଟଣା ଘଟିବା ପୂର୍ବରୁ ଏବଂ ପରେ ମୁଖ୍ୟ ଅଭିଯୁକ୍ତ କାହା ସାଙ୍ଗେ କଥା ହୋଇଛି ତା’ର ମୋବାଇଲ କଲ ରେକର୍ଡକୁ ପୋଲିସ ଯାଂଚ କରିବା ଦରକାର ।
ସେହିପରି ଚଳିତ ମାସ ୨୭ ତାରିଖ ଦିନ ବିଜେଡି ଏ ଘଟଣା ସଂର୍ପକରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ସ୍ଥାନୀୟ ଥାନାକୁ ଯାଇ ପୋଲିସ ଉପରେ ରାଜନୈତିକ ଚାପ ପକାଇଥିଲା । ଜିଲ୍ଲା ସଭାପତି ପ୍ରଭୋଦ ରଥ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବ୍ୟକ୍ତିିଗତ ସଚିବ ଦିନେଶ ଭର୍ଗତି ଓ ସଂର୍ପକୀୟ ଭଣଜା ସୁଧୀର ବେହେରା ଘଟଣାକୁ ରଫାଦଫା କରିବା ପାଇଁ ଆଇଆଇସିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ସେମାନେ ପୋଲିସ ସହ କେଉଁ
ସମ୍ବନ୍ଧରେ ଆଲୋଚନା କରୁଥିଲେ ପୋଲିସ ତାହା ସ୍ପଷ୍ଟ କରିବା ଦରକାର । ଏଥି ସହ ଥାନାରେ ଲାଗିଥିବା ସିସିଟିଭିକୁଯାଂଚ କରି ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନକୁ ଅଣାଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି ।
ଏହି ଗଣଦୁର୍ଷ୍କମ ଘଟଣାରେ ଶାସକ ଦଳ ସଂପୃକ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ପୀଡିତାକୁ ତୁରନ୍ତ ନ୍ୟାୟ ଦିଅନ୍ତୁ । ଅନ୍ୟପଟେ ପୀଡିତାର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି ।