ଗାଂଗଟକ – ସିକ୍କିମରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଛି । ରାଜଧାନୀ ଗାଂଗଟକରେ ନୂଆ ଏସଟିଏନଏମ ହସ୍ପିଟାଲରେ ଚିକିତ୍ସିତ ଥିବା ୬୮ ବର୍ଷୀୟ ବୃଦ୍ଧଙ୍କର ରବିବାର ସକାଳେ ମୃତ୍ୟୁ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଏବଂ ସଚିବ ଡା. ପମ୍ପୋ ଟି. ଭୁଟିଆ ଏହା କହିଛନ୍ତି । ସେ କହିଛନ୍ତି ଯେ, ବୃଦ୍ଧ ଜଣଙ୍କୁ ଶନିବାର ଦିନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ପୂର୍ବ ଜିଲ୍ଲା ରଙ୍ଗୋଲୀ ନିବାସୀ ଥିଲେ । ସ୍ଥିତି ଗମ୍ଭୀର ହେବା କାରଣରୁ ତାଙ୍କୁ ରାତିରେ ଆଇସିୟୁରେ ଭର୍ତି କରାଯାଇଥିଲା । ସକାଳେ ତାଙ୍କ ମୃତ୍ୟୁ ଘଟିଥିଲା । ସେ ଉଚ୍ଚ ରକ୍ତଚାପ ଓ ମଧୁବେହ ରୋଗରେ ପୀଡ଼ିତ ଥିଲେ । ସେଠାର ଚିକିତ୍ସିତ ଥିବା ଅନ୍ୟ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ଆଶଙ୍କା କରାଯାଉଛି କି ତାଙ୍କ ମୃତ୍ୟୁ କରୋନା କାରଣରୁ ହୋଇଛି । ତେବେ ଏହା ଠିକ୍ ଜଣାପଡ଼ିନାହିଁ । ଡାକ୍ତର ଭୁଟିଆ କହିଛନ୍ତି କି ପୋଷ୍ଟମୋର୍ଟମ ପରେ ସେ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି ତାହା ଜଣାପଡ଼ିବ ।
ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖବ ୨୧ ଜୁଲାଇ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍ଡାଉନ କରାଯାଇଛି । ଏହାର ଅବଧି ୨୭ ଜୁଲାଇରେ ପୂରଣ ହେବ ।