ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କୋରନା କୁ ନେଇ ଗତମାସ ୨୫ତାରିଖରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି। ଏକ ମାସ ହେଲାଏହି ଅଞ୍ଚଳରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଫଳରେ ପ୍ରତିଦିନ ନୂଆ ନୂଆ ପଜିଟିଭ କେଶ ସାମ୍ନାକୁ ଆସୁଛି, ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି।ଦୀର୍ଘ ଦିନ ହେଲା ଦୋକାନ ବଜାର ବନ୍ଦ ରହିବ ଯୋଗୁଁ ବ୍ୟବସାୟୀ ଓ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଆଦର୍ଶ କିରାଣୀ ବଣିକ ସଂଘ ଏବଂ ଓକିଲ ସଂଘର ସଦସ୍ୟମାନେ ଆଜି ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଳ ସିଂ କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଥିଲେ।ଭଞ୍ଜନଗର ସହରକୁ ସମ୍ପୂର୍ଣ୍ଣ କଟକଣା ମୁକ୍ତ କରିଦେଲେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଆସନ୍ତା ୩୧ତାରିଖରେ ସଟଡାଉନ ଉଠିବା ପରେ ପରୀକ୍ଷା ମୂଳକ ଭାବେ କଟକଣା କୋହଳ କରାଯିବା ପାଇଁ ସ୍ଥିର ହୋଇଛି।ଏଥିସହ ସମସ୍ତ ଦୋକାନ ସାମ୍ନାରେ ବ୍ୟାରିକେଡ ନିର୍ମାଣ, ସାମାଜିକ ଦୂରତ୍ୱ ଓ ଭିଡ଼ ଉପରେ ଦୃଷ୍ଟି ଦିଆଯିବ।ଯଦି କୋଭିଡ଼ ନିୟମ ସମସ୍ତେ ପାଳନ କରନ୍ତି ତାହେଲେ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟ ପାଇଁ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି ଏ ଡ଼ି ଏମ ଶ୍ରୀ ସିଂ ସୂଚନା ଦେଇଛନ୍ତି।