କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ୨୫/0୭/୨0୨0,କୋଭିଡ ସଂକ୍ରମଣ ରେ ଆକ୍ରାନ୍ତ ହୋଇ ଗତ ଜୁଲାଇ ୨୧ ତାରିଖ ରେ ପ୍ରାଣ ହରାଇ ଥିବା କରନା ଯୋଦ୍ଧା ଗଜପତି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ ସ୍ବର୍ଗତ କରୁଣାକର ରାଇକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଆଜି ସ୍ଥାନୀୟ ସର୍କିଟ ହାଉସ ପରିସର ରେ ଏକ ଶୋକ ସଭା ର ଆୟୋଜନ କରଯାଇଥିଲା I ଏଥିରେ ଅତିରିକ୍ତ ଜିଲ୍ଲାପାଳ ( R & R ) ବିନୟ କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , DRDA ର ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ନାଥଶର୍ମା , ଉପଜିଲ୍ଲାପାଳ ଭବତାରଣ ସାହୁ ,ଶ୍ରୀ ମନ୍ଦିର କାର୍ଯ୍ୟାଳୟ ର ଡେପୁଟି ଆଡ୍ମିନିଷ୍ଟ୍ରଟର ସୁବ୍ରତ ବେହେରା , ସ୍ପେସିଆଲ LAO କୈଳାଶ ଚଦ୍ର ନାୟକ , ତହସିଲଦାର ପୁରୀ ଆଶିଷ ରଞ୍ଜନ ସାହୁ ଓ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୁରବୀର ସିଂହ ଯୋଗ ଦେଇ ସ୍ବର୍ଗତ ରାଇକା ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ I
Related Stories
November 23, 2024