-
ଶନିବାର ୫୬୦ ସଂକ୍ରମିତ, ୩ମୃତ, ୩୯୧ସୁସ୍ଥ
ବ୍ରହ୍ମପୁର(ବ୍ୟୁରୋ): ଜିଲ୍ଲାରେ ଶନିବାର ୫୬୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୧ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩ଜଣଙ୍କ ମୃତ୍ୟୁ ହୋଇଛି । ଗତ ଜୁଲାଇ ମାସର ଏହି ୨୪ଦିନ ମଧ୍ୟରେ ୬୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୮୨୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୭୮ରେ ପହଁଚିଛି । ଏଥିମଧ୍ୟରେ ୭୩ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଶନିବାର ୫୬୦ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୬୨ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୨୫ଜଣ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୪୭୩ଜଣ ରହିଛନ୍ତି । ୬୨ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧, ବେଲଗୁଣ୍ଠା ୧୨, ବେଗୁନିଆପଡା ୨, ଭଞ୍ଜନଗର ୩, ବୁଗୁଡା ୪, ଛତ୍ରପୁର ୬, ଚିକିଟି ୧, ଦିଗପହଣ୍ଡି ୧, ହିଞ୍ଜିଳିକାଟୁ ୧, ଜଗନ୍ନାଥପ୍ରସାଦ ୨, କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୪, ପୋଲସରା ୧୧, ପୁରୁଷୋତ୍ତମପୁର ୩, ରଙ୍ଗେଇଲୁଣ୍ଡା ୩, ସାନଖେମୁଣ୍ଡି ୧, ଶେରଗଡ ୧, ସୋରଡା ୨ ଓ କୁକୁଡାଖଣ୍ଡି ବ୍ଲକ୍ରୁ ୩ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ୨୫ଜଣଙ୍କ ମଧ୍ୟରେ ଚିକିଟିରୁ ୧୪, ବେଲଗୁଣ୍ଠାରୁ ୩, ବେଗୁନିଆପଡା ୧, କବିସୂର୍ଯ୍ୟନଗରରୁ ୧, ପାତ୍ରପୁରରୁ ୧, ରଙ୍ଗେଇଲୁଣ୍ଡାରୁ ୧ ଓ ଛତ୍ରପୁର ବ୍ଲକ୍ରୁ ୪ଜଣ ରହିଛନ୍ତି । ସେହିପରି ୪୭୩ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ୨୩, ବେଗୁନିଆପଡା ୨, ବେଲଗୁଣ୍ଠା ୨୬, ବିଏମ୍ସି ୯୦, ଭଞ୍ଜନଗର ୪୦, ବୁଗୁଡା ୩୫, ଛତ୍ରପୁର ୫୪, ଧରାକୋଟ ୧୬, ଚିକିଟି ୧, ଦିଗପହଣ୍ଡି ୪, ଗଞ୍ଜାମ ୮, ହିଞ୍ଜିଳିକାଟୁ ୧୭, ଜଗନ୍ନାଥପ୍ରସାଦ ୧୧, କବିସୂର୍ଯ୍ୟନଗର ୪, ଖଲ୍ଲିକୋଟ ୧୧, କୁକୁଡାଖଣ୍ଡି ୧୪, ପାତ୍ରପୁର ୧୧, ପୋଲସରା ୧୭, ପୁରୁଷୋତ୍ତମପୁର ୫, ରଙ୍ଗେଇଲୁଣ୍ଡା ୩୯, ସାନଖେମୁଣ୍ଡି ୨୧, ଶେରଗଡ ୧୨, ସୋରଡା ବ୍ଲକ୍ରୁ ୭ ଓ ଅନ୍ୟାନ୍ୟ ୫ଜଣ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୮୧୯୪ରେ ପହଞ୍ôଚଥିବା ବେଳେ ୭୮ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଶନିବାର ୩୯୧ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୫୪୦୪ରେ ପହଂଚିଛି । ଜିଲ୍ଲାରେ ଏବେ ୨୭୧୨ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।