
କୈଳାସ ଚନ୍ଦ୍ର ପଣ୍ଡା, ପୁରୀ – ବିଶିଷ୍ଟ ଓଡ଼ିଆ ଚଳଚିତ୍ର ଅଭିନେତା ତଥା ଜୟଦେବ ପୁରସ୍କାର ପ୍ରାପ୍ତ ମହାନ କଳାକାର ବିଜୟ ମହାନ୍ତି ଙ୍କ ବିୟୋଗରେ ପୁରୀ ସର୍ବ ପୁରାତନ ନାଟ୍ୟ ଅନୁଷ୍ଠାନ “ରାମଚଣ୍ଡୀ ସୋସିଓ ୱେଲଫେୟାର କଲକଲଚରାଲ ଅର୍ଗାନାଇଜେସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |
ଅନୁଷ୍ଠାନ ର ସମ୍ପାଦକ ସମୀର ଶତପଥୀ ଙ୍କ ଅଧକ୍ଷତା ରେ ସ୍ଥାନୀୟ ଅନ୍ନପୂର୍ଣ୍ଣା ଥିଏଟର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିବଂଗତ ବିଜୟ ମହାନ୍ତି ଙ୍କ ଫୋଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପାର୍ଘ ପ୍ରଦାନ ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |ସଭାରେ ଅଭିନେତା ପ୍ରସନ୍ନ ମହାନ୍ତି, ସଂଦିପ୍ତ ଦାସ, ପ୍ରଦୁମ୍ନ ମହାନ୍ତି, କୃପାସିନ୍ଧୁ ଶତପଥି, ଉପେନ୍ଦ୍ର ମହଲ୍ଲା, କାଁହୁଚରଣ ଦାଶ, ସୁରଜ ପ୍ରଧାନ, ବାଳକୃଷ୍ଣ ବେହେରା, ଗଣେଶ୍ୱର ଦାସ, ଦିପୁନ ତ୍ରିପାଠୀ, ଦେବାଶିଷ, ଦିବ୍ୟରଞ୍ଜନ ସେଠି, ଭୀମସେନ ଭୋଇ ପ୍ରମୁଖ ସାମାଜିକ ଦୂରତ୍ୱ ରଖି ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା |