ଭଞ୍ଜନଗର – ଆସନ୍ତା ଦୁର୍ଗା ପୂଜା କୁ ଶାନ୍ତି ଶୃଙ୍ଖଳା ରେ ଶେଷ କରିବାକୁ ଆମ ପୋଲିସ ତରଫରୁ ନିଷ୍ପତ୍ତି ହୋଇଛି l ଆଜି ଭଞ୍ଜନଗର ଥାନା ପରିସରରେ ଅନୁଷ୍ଠିତ ବୈଠକ ରେ ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ, ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମି ତ୍ରିପାଠୀ, କୃତିବାସ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ l ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l 4ଟି ପୂଜା କମିଟି ସଦସ୍ୟଙ୍କ ଉପସ୍ଥିତି ରେ ସମସ୍ତେ ଏକଜୁଟ ହୋଇ ପୋଲିସ କୁ ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବା ସହ ଆସନ୍ତା 11ତାରିଖ ରେ ସାମୁହିକ ଭସାଣି ରାତି 10 ଟା ସୁଦ୍ଧା ଶେଷ କରିବା ସହ ଶୋଭାଯାତ୍ରା ରେ ଡିଜେ କୁ ବ୍ୟବହାର ନ କରିବାକୁ ପୋଲିସ ତରଫରୁ ସତର୍କ କରାଯାଇଛି l ତେଣୁ ଏହାକୁ ସମସ୍ତ କମିଟି ପାଳନ କରିବାକୁ ସ୍ଥିର ହୋଇଛି l ଏଥିରେ ପୋଲିସ କର୍ମଚାରୀ, ପୋଲିସ ସମିତି ସଦସ୍ୟ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l
Related Stories
November 23, 2024